ଦେଶ ବିଦେଶମୁଖ୍ୟ ଖବର

ଭାରତରେ ଗଣତନ୍ତ୍ର ଦିବସ

ପ୍ରତେକ ବର୍ଷ ଜାନୁଆରୀ ୨୬ ତାରିଖ ଦିନ ଭାରତ ନିଜର ଗଣତନ୍ତ୍ର ଦିବସ ପାଳନ କରିଥାଏ l କାରଣ ଏହିଦିନ ଭାରତର ସମ୍ବିଧାନ ଲାଗୁ କରାଯାଇଥିଲା l ଏହି ଦିନଟିକୁ ଆମେ ଗୋଟିଏ ରାଷ୍ଟ୍ରୀୟ ପର୍ବ ଭାବରେ ପାଳନ କରିଥାଉ l ଏହି ଦିନଟିକୁ ମଧ୍ୟ ରାଷ୍ଟ୍ରୀୟ ଅବକାଶ ଦିବସ ଭାବରେ ମଧ୍ୟ ଘୋଷିତ ହୋଇଥାଏ l ଏକ ସମସ୍ତେ ଜାଣନ୍ତି ଯେ ଭାରତ ଗୋଟିଏ ସାର୍ବଭୌମ ଗଣତନ୍ତ୍ର ଦେଶ

ଯେଉଁଠାରେ ଜନତା ମାନଙ୍କ ଦ୍ୱାରା ତାଙ୍କର ପ୍ରତିନିଧି ବଛା ହୋଇଥାନ୍ତି l ଭାରତୀୟ ସଂସଦରେ ଭାରତର ସମ୍ବିଧାନର ଲାଗୁ ହେବା ପରେ ଆମ ଦେଶ ସମ୍ପୂର୍ଣ ଭାବରେ ଲୋକ ତାନ୍ତ୍ରିକ ଗଣ ରାଜ୍ୟରେ ପରିଣତ ହୋଇଥିଲା l ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଭାରତର ସମ୍ବିଧାନ ଲାଗୁ ହେବା ପରେ ଆମ ଦେଶରେ ଗଣତନ୍ତ୍ର ଦିବସ ପାଳିତ ହୋଇ ଆସୁଛି lକିପରି ଭାବରେ ପାଳିତ ହୋଇଥାଏ -ଭାରତର ଗାଁ ଗହଳିରେ ଥିବା ଛୋଟ ଛୋଟ ବିଦ୍ୟାଳୟରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ଥ ସ୍ଥାନରେ ଗଣତନ୍ତ୍ର ଦିବସ ପାଳିତ ହୋଇଥାଏ l ବିଶେଷ କରି ଶିକ୍ଷା ଅନୁଷ୍ଠାନ ଗୁଡିକରେ ଏହାକୁ ମହତ୍ୱ ଦିଆଯାଏ l କାରଣ ଆଜିର ଛୋଟ ଛୋଟ ପିଲାମାନେ ଜାଣିବା ଆବଶ୍ୟକ ଯେ ଗଣତନ୍ତ୍ର ଦିବସର ମହତ୍ୱ କଣ ?ଏହି ଦିନ ଭାରତର ରାଜଧାନୀ ଦିଲ୍ଲୀ ସହିତ ସମସ୍ତ ରାଜ୍ୟର ରାଜଧାନୀରେ ଏହାକୁ ପାଳନ କରାଯାଏ l ବିଦ୍ୟାଳୟରେ ଶିକ୍ଷକ ମାନେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରେ ପିଲା ମାନଙ୍କୁ ଗଣତନ୍ତ୍ରର ମହତ୍ୱ ବୁଝାଇ ଥାନ୍ତି l

ଦେଶର ସ୍ୱାଧିନତାରେ ଆମ ବୀର ପୁରୁଷ ସ୍ୱାଧୀନତା ସଂଗ୍ରାମୀଙ୍କର ଯୋଗଦାନକୁ ନେଇ ଆଲୋଚନା ଚକ୍ର ହୋଇଥାଏ l ତା ସହିତ ପତାକା ଉତ୍ତଳନ କରାଜିରେ ରାଷ୍ଟ୍ରୀୟଗାନ ବୋଲା ଯାଇଥାଏ l ଭାରତର ରାଜଧାନୀ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ ରେ ସମସ୍ତ ରାଜ୍ୟର ବିଶେଷ କାର୍ଯ୍ୟକ୍ରମ କରାଯାଏ l ଭାରତର ସ୍ୱାଧୀନତା ପରେ ବିବିଧତାରେ ଏକତାରେ ସୁଚାଇଥାଏ ଡିଲଲକୀ ସ୍ଥିତ ଇଣ୍ଡିଆ ଗେଟ୍ ର କାର୍ଯ୍ୟକ୍ରମ l ଯାହା ଦ୍ୱାରା ଆମେ ଜାଣିଥାଉ ନିଜର ସଂସ୍କୃତି ,ପରମ୍ପରା ଓ ପ୍ରଗତିକୁ l ଗଣତନ୍ତ୍ର ଦିବସର ବିଶେଷ ଆକାରସନ ରହିଥାଏ ଭାରତୀୟ ସୈନ୍ୟ ବାହିନୀ l ଯେଉଁଥିରେ ସ୍ଥଳ ସେନା ,ନୌସେନା ଓ ବାୟୁସେନା ମିଳିତ ଭାବରେ ନିଜର ପାରଦର୍ଶିତା ଦେଖାଇ ଥାନ୍ତି l

Show More

Related Articles

Back to top button