ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ୍‌କୁ ପିଟି ଜଳିଗଲା ଟ୍ରକ୍‌

ସମ୍ବଲପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ୍‌କୁ ପିଟି ଜଳିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତ୍ୟପୂର୍ଣ୍ଣ ଅଛି। ତେବେ ଟ୍ରକ୍‌ରେ କେହି ମୃତାହତ ହୋଇଥିବା ସୂଚନାମିଳିଛି। ଗତକାଲି ରାତିରେ ସମ୍ବଲପୁର-ସୋନପୁର ରାସ୍ତାର ସାହାସପୁରଠାରେ ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ରକ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସାହାସପୁର ନିକଟରେ ବୀପରିତ ଦିଗରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚାଳକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ଏହାଦେଖି ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିଲେ। ସେଠାରେ ଅପସ୍ଥିତ ଥିବା ଲୋକେ ସଙ୍ଗେସଙ୍ଗେ ଟ୍ରକ୍‌ ହେଲପରଙ୍କୁ କାବୁ କରି ନିର୍ଧୂମ ପିଟିଥିଲେ। ଧମା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ହେଲପରଙ୍କୁ ଉଦ୍ଧାର କରିଥିଲା । ଦୁର୍ଘଟଣା ପରେ ଟ୍ରକ୍‌ଟିରେ ନିଆଁ ଲାଗିଯାଇଥିଲା । ଫଳରେ ରାସ୍ତା ଉପରେ ଟ୍ରକ୍ଟଟି ହୁତୁହୁତୁ ହୋଇ ଜଳୁଥିବାକୁ ଲାଗିଥିଲା । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ମୃତଦେହ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ । ତେବେ ବୁଝାସୁଝା ଓ କ୍ଷତିପୂରଣ ପ୍ରଦାନ ସହ ଡ୍ରାଇଭରକୁ ଗିରଫ କରିବା ପାଇଁ ପ୍ରତିଶୃତି ଦେବାପରେ ବିଳମ୍ବିତ ରାତିରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Show More

Related Articles

Back to top button