ଦେଶ ବିଦେଶରାଜନୀତି

ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନୀତିଶ କୁମାର

ଏନଡ଼ିଏର ଅଂଶୀଦାର ଜେଡ଼ିୟୁଠାରୁ ଅଧିକ ଆସନ ବିଜେପି ପାଇଥିଲେ ହେଁ ଦଳ ନିଷ୍ପତ୍ତି ବଦଳାଇବ ନାହିଁ । ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ବୁଧବାର ନୀତୀଶକୁମାରଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି

ବିହାର ମୁଖ୍ୟମନ୍ତ୍ରୀ ଭାବରେ ପୁଣିଥରେ ଶପଥ ନେବେ ନୀତିଶ କୁମାର । ଏନଡ଼ିଏର ଅଂଶୀଦାର ଜେଡ଼ିୟୁଠାରୁ ଅଧିକ ଆସନ ବିଜେପି ପାଇଥିଲେ ହେଁ ଦଳ ନିଷ୍ପତ୍ତି ବଦଳାଇବ ନାହିଁ । ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ବୁଧବାର ନୀତୀଶକୁମାରଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।ବିଜେପି ବିହାର ୨୪୩ ଟି ଆସନରୁ ୭୪ ଟି ଜିତିଥିବାବେଳେ ଜନତା ଦଳ ୟୁନାଇଟେଡ ୪୩ ଟି ଆସନରେ ବିଜୟ ହାସଲ କରିଛି । ସୁଶୀଲ ମୋଦୀ କହିଛନ୍ତି ନୀତିଶ ମୁଖ୍ୟମନ୍ତ୍ରୀ ରହିବେ, ପୂର୍ବରୁ ଏହା ଘୋଷଣା ହୋଇଛି ଓ ଏଥିରେ ଆମେ ଅଟର ରହିଛୁ ।

କିଏ ଅଧିକ ଆସନ ଜିତିଛି ବା କମ୍ ଜିତିଛି ତାହା ବଡ଼ କଥା ନୁହେଁ, ଆମେ ଉଭୟ ସରକାରରେ ସମାନ ଭାଗିଦାରୀ ରହିଛୁ ।ସୂଚନାଯୋଗ୍ୟ ଯେ ବିହାରରେ ବିଜେପି କେବେ ବି ନିଜେ ସରକାର ଗଠନ କରିନାହିଁ ଏବଂ ନୀତୀଶ କୁମାରଙ୍କ ସମର୍ଥନ ବିନା ବିହାରରେ କ୍ଷମତା ବଜାୟ ରଖିପାରିନଥାନ୍ତା। କିନ୍ତୁ ୨୦୨୦ ବିଧାନସଭା ନିର୍ବାଚନରେ ​​ଫଳାଫଳ ପରିସ୍ଥିତିକୁ ବଦଳାଇପାରେ କାରଣ ବିଜେପି ନେତାଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଟ ତିଆରି କରିବ ଏହା ସ୍ପଷ୍ଟ ହୋଇ ଯାଇଛି ।୨୪୩ ଟି ଆସନ ମଧ୍ୟରୁ ୧୨୫ ଟି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡ଼ିଏ ଏବଂ ୧୧୦ ଟି ଆସନରେ ମହାଗଠନବନ୍ଧନ ବିଜୟୀ ହୋଇଛି । ତେବେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏନଡ଼ିଏରୁ ବାହାରି ଏକାକୀ ନିର୍ବାଚନ ଲଢ଼ିଥିବା ଏଲଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇ ପାରିଛି ।

Show More

Related Articles

Back to top button