ଓଡ଼ିଶାମୁଖ୍ୟ ଖବର

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଏହି ଭର୍ଚ୍ୟୁଆଲ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିବେ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଅନଲାଇନରେ ଏଥିରେ ଭାଗ ନେବେ

ଆସନ୍ତା ୨୦ ତାରିଖରୁ ବସୁଛି ରାଜ୍ୟ ବିଧାନସଭା ଅଧିବେଶନ । ଏହା ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନ ୫.୩୦ରେ ଏହି ବୈଠକ ବସିବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଏହି ଭର୍ଚ୍ୟୁଆଲ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିବେ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଅନଲାଇନରେ ଏଥିରେ ଭାଗ ନେବେ।

ମୁଖ୍ୟ ସଚିବ ଓ ଅନ୍ୟ ଉଚ୍ଚ ଅଧିକାରୀମାନେ ସଚିବାଳୟରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ବୈଠକରେ ଅତିରିକ୍ତ ବଜେଟକୁ ଅନୁମୋଦନ କରାଯାଇପାରେ ବୋଲି ସୂଚନା ମିଳିଛି।

Show More

Related Articles

Back to top button