ବାଣିଜ୍ୟ

ବିଏସଏନଏଲ ର ନୂଆ ପ୍ଲାନ, ୬୦ ଏମବିପିଏସ ସ୍ପିଡରେ ମିଳିବ ୩୩୦୦ ଜିବି ଡାଟା

କମ୍ପାନୀ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରୁଥିବା ପ୍ଲାନ୍‌ର ଚାହିଦାକୁ ନଜରରେ ରଖି ୫୯୯ ଟଙ୍କାର ଏକ ନୂଆ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନୀ ଏହି ବ୍ରଡ୍ ବ୍ରାଣ୍ଡ୍ ପ୍ଲାନର ନାଁ ଫାଇବର୍ ବେସିକ୍ ପ୍ଲସ୍ ଦେଇଛି

ବିଏସଏନଏଲ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । କମ୍ପାନୀ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରୁଥିବା ପ୍ଲାନ୍‌ର ଚାହିଦାକୁ ନଜରରେ ରଖି ୫୯୯ ଟଙ୍କାର ଏକ ନୂଆ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନୀ ଏହି ବ୍ରଡ୍ ବ୍ରାଣ୍ଡ୍ ପ୍ଲାନର ନାଁ ଫାଇବର୍ ବେସିକ୍ ପ୍ଲସ୍ ଦେଇଛି । ବିଏସଏନଏଲର ଏହି ଲାଟେଷ୍ଟ ବ୍ରଡବ୍ରାଣ୍ଡ୍ ପ୍ଲାନ୍ ଏୟାରଟେଲର ୪୯୯ ଟଙ୍କାର ଏକ୍ସଟ୍ରିମ୍ ଫାଇବର୍ ପ୍ଲାନକୁ ଟକ୍କର ଦେବ । ଆସନ୍ତୁ ଜାଣିବା ଏହି ପ୍ଲାନ୍ ବିଷୟରେ ।ବିଏସଏନଏଲର ଏକି ସ୍ୱତନ୍ତ୍ର ପ୍ଲାନରେ ୬୦ ଏମବିପିଏସ ସ୍ପିଡରେ ୩୩୦୦ ଜିବି ଡାଟା ମିଳିବ । କମ୍ପାନୀ ଏହାକୁ ଅନଲିମିଟେଡ୍ ଡାଟା ବେନିଫିଟ୍ ପ୍ଲାନ୍ ଭାବେ ପ୍ରମୋଟ କରୁଛି ।

ଡାଟା ଲିମିଟ୍ ଶେଷ ହେବା ପରେ ପ୍ଲାନରେ ମିଳୁଥିବା ଇଣ୍ଡରନେଟ୍ ସ୍ପିଡ୍ ୨ ଏମବିପିଏସକୁ ଖସି ଆସିବ ।ଏହି ପ୍ଲାନରେ ୟୁଜରଙ୍କୁ ଦେଶରେ ଯେ କୌଣସି ନେଟଓ୍ୱର୍କକୁ ୨୪ ଘଣ୍ଟାର ଅନଲିମିଟେଡ୍ କଲ୍ ବେନିଫିଟ୍ ମିଳିବ । ଏହି ପ୍ଲାନ ସହ ଫ୍ରି ଓଟିଟି ସବସ୍କ୍ରିପସନ୍ ମିଳିବ ନା ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।ସେହିପରି କମ୍ପାନୀ ନିଜର ୪୪୯ ଟଙ୍କାର ଫାଇବର ବେସିକ୍ ପ୍ଲାନକୁ ରିଭାଇଜ୍ କରୁଛି । ଆମ୍ଡାମାନ-ନିକୋବର ବ୍ୟତୀତ ଏହି ପ୍ଲାନକୁ ସମସ୍ତ ସହରରେ ଉପଲବ୍ଧ କରାଯାଇଛି । ଆରମ୍ଭରେ କମ୍ପାନୀ କିଛି ନିର୍ଦ୍ଦିଷ୍ଟ ସହରରେ ଏହି ପ୍ଲାନକୁ ଉପଲବ୍ଧ କରିଥିଲା । ଏହି ପ୍ଲାନରେ ୩୦ ଏମବିପିଏସ ସ୍ପିଡରେ ୩୩୦ ଜିବି ଡାଟା ମିଳିଥାଏ ।

Show More

Related Articles

Back to top button