ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ବିନା ତେଲ କିମ୍ବା କମ ତେଲରେ କିପରି ରନ୍ଧନ କରିବେ

ସାଧାରଣତଃ ଆମେ ସମସ୍ତେ ସ୍ୱାସ୍ଥ୍ୟକର ଖାଦ୍ୟ ବିଷୟରେ ସବୁବେଳେ କଥା ହୋଇଥାଉ ,କିନ୍ତୁ ଏହା କେହିବି କୁହନ୍ତି ନାହିଁ ଖୁବ କମ ତେଲ ବ୍ୟବହାର କରି କିପରି ସ୍ୱାସ୍ଥ୍ୟକର ଖାଦ୍ୟ ତିଆରି କରାଯିବ

ଯଦି ଆପଣ ମଧ୍ୟ କମ ତେଲର ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ କିଛି ସରଳ ଉପାୟ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଦ୍ୱାରା ଦିଅ ଯାଇଛି l ଆପଣ ଦିଆ ଯାଇଥିବା ଉପାୟ ସାହାଯ୍ୟରେ ଖାଦ୍ୟ ତିଆରି କରିବା ସମୟରେ ଓ ଖାଇବା ସମୟରେ ତେଲର କମ ସେବନ କରି ପାରିବେ l

ଅତ୍ୟଧିକ ତେଲର ସେବନ କଣ ପାଇଁ କ୍ଷତିକାରକ –

ସମସ୍ତ ପ୍ରକାରର ତେଲରେ କିଛି ମାତ୍ରାରେ ଫ୍ୟାଟ ରହିଥାଏ l ରାନ୍ଧିବା ସମୟରେ ଅଧିକ ମାତ୍ରାରେ ତେଲର ବ୍ୟବହାର ଦ୍ୱାରା ଫ୍ୟାଟ ଗୁଡିକ ଆମ ଶରୀରରରେ ଥିବା ଧମନୀରେ ଏକାଠି ହୋଇଯାଏ l ଯାହା ଦ୍ୱାରା ରକ୍ତ ପ୍ରବାହ ବାଧା ହେବ ଉପୁଜି ଥାଏ l ଏହା ଦ୍ୱାରା ହୃଦଘାତ ,ବ୍ରେଷ୍ଟେ କ୍ୟାନ୍ସର ,ମଧୁମେହ ,ହାଇପର ଟେନ୍ସନ ,ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହିତ ଓଜନ ବଢିବା ସମସ୍ୟା ମଧ୍ୟ ଦେଖା ଯାଇଥାଏ l

 

ତେଲର ସେବନକୁ ଆମେ କିପରି ନିୟନ୍ତ୍ରିତ କରିବା –

ଛାଣିବା ବଦଳରେ ଆମେ ଖାଦ୍ୟକୁ କମ ତେଲ ଦେଇ ସେକିବା କିମ୍ବା ବାମ୍ଫରେ ସିଝାଇବା l ଛଣା ଛଣି ପରିବର୍ତେ ସ୍ନାକ୍ସକୁ ସିଝାଇ କିମ୍ବା ଅଳ୍ପ ତେଲରେ ଭାଜି ଖାଇଲେ ଠିକ ହେବ lଆପଣ ଯଦି ତେଲକୁ ବୋତଲରେ ପୁରାଇ କଡେଇ କିମ୍ବା ଅନ୍ୟ କୌଣସି ପାତ୍ରରେ ଢ଼ାଳୁ ଛନ୍ତି ତେବେ ସେପରି କରନ୍ତୁ ନାହିଁ l ସେହି ସ୍ଥାନରେ ଆପଣ ଗୋଟିଏ ଛୋଟ ଚାମଚର ବ୍ୟବହାର କରନ୍ତୁ ଓ ସେଥିରେ ଅଳ୍ପ ଅଳ୍ପ ତେଲ ନେଇ କଡ଼ାଇରେ ପକାନ୍ତୁ lଯେକୌଣସି ଖାଦ୍ୟ ପଦାର୍ଥରେ ତେଲ ବ୍ୟବହାର କରିବା ପୂର୍ବରୁ ମାନସିକ ସ୍ତରରେ ମଧ୍ୟ ନିଜକୁ ସଜାଗ ରଖି ପ୍ରସ୍ତୁତ କରନ୍ତୁ କିପରି କମ ତେଲ ବ୍ୟବହାର କରିବେ l ସବୁବେଳେ ନିଜ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଭଲ କ୍ୱାଲିଟି ତେଲ ବ୍ୟବହାର କରନ୍ତୁ l ଯେପରିକି ସୂର୍ଯ୍ୟମୁଖି ଫୁଲର ତେଲ ,ରାଶି ତେଲ ,ଚିନାବାଦାମ ତେଲ ,ସୋରିଷ ତେଲ ,ଚାଉଳର ଭୁସିରେ ପ୍ରସ୍ତୁତ ତେଲ ଓ ନଡ଼ିଆ ତେଲ l FSSAI ଦ୍ୱାରା ଏହି ସବୁ ତେଲକୁ ବ୍ୟବହାର କରିବା ପାଇଁ କୁହା ଯାଇଛି,ଯାହା ଆମ ଶରୀର ପାଇଁ ହିତକର ହେବ ସହିତ ଆମକୁ ଗୋଟିଏ ସ୍ୱାସ୍ଥ୍ୟକର ଜୀବନ ମଧ୍ୟ ଦେବ l

Show More

Related Articles

Back to top button