ଖେଳଦେଶ

ବିସିସିଆଇର ବଡ ପଦକ୍ଷେପ,ଏଣିକି ପ୍ରତି ଫର୍ମାଟ ପାଇଁ ଚୟନ ହେବେ ନୂଆ ନୂଆ ଅଧିନାୟକ

ଟି-୨୦ ବିଶ୍ୱକପ୍‌ ୨୦୨୨ର ସେମିଫାଇନାଲରେ ଭାରତର ପରାଜୟ ପରେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ଏହାପରେ ଆକ୍ସନ ମୁଡକୁ ଆସିଛି ବିସିସିଆଇ । ଏଣିକି ପ୍ରତି ଫର୍ମାଟ ପାଇଁ ଚୟନ ହେବେ ନୂଆ ନୂଆ ଅଧିନାୟକ । ଏନେଇ ବିସିସିଆଇର ବଡ ପଦକ୍ଷେପ ନେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତି ଫର୍ମାଟ ପାଇଁ ନୂଆ ନୂଆ ଅଧିନାୟକ ମନୋନୀତ କରାଯିବ । ଟେଷ୍ଟ ଟିମ୍‌ ଜଣେ, ଦିନିକିଆ ଟିମ୍‌ ପାଇଁ ଜଣେ, ଟି-୨୦ କ୍ରିକେଟ୍‌ ପାଇଁ ବି ଜଣେ ଅଧିନାୟକ ଚୟନ କରାଯିବ । ସେହିପରି ପ୍ରତି ଫର୍ମାଟ ପାଇଁ ବି ଭିନ୍ନ ଭିନ୍ନ ଖେଳାଳି ବି ଚୟନ କରାଯିବ । ଖାସ୍‌ କରି ଟି-୨୦ କ୍ରିକେଟ୍‌ ପାଇଁ ଯୁବ ପ୍ରତିଭାଙ୍କୁ ଚୟନ କରାଯିବ । ତେବେ ଏନେଇ ବିସିସିଆଇ ପକ୍ଷରୁ କିଛି ଅଧିକାରୀକ ଘୋଷଣା ହୋଇନାହିଁ ।

ଅନ୍ୟପଟେ ବୋର୍ଡ ମଧ୍ୟ ଏହି ପ୍ରସଙ୍ଗ ନେଇ ବିଚାର ବିମର୍ଶ କରୁଛି । ଖୁବଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରିପାରେ ଭାରତୀୟ ବୋର୍ଡ ।

 

Show More

Related Articles

Back to top button