ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ଆପ୍ ନେତା ବିଜୟ ନାଏର ଓ ବ୍ୟବସାୟୀ ଅଭିଷେକ ବୋଇନପଲ୍ଲି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦମୀ ପାର୍ଟିର ଅଡୁଆ ବଢ଼ିବାରେ ଲାଗିଛି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆପ୍ ନେତା ବିଜୟ ନାଏରଙ୍କୁ ଗିରଫ କରିଛି। ଏଥିସହ ବ୍ୟବସାୟୀ ଅଭିଷେକ ବୋଇନପଲ୍ଲିଙ୍କୁ ମଧ୍ୟ ଗିରଫ କରିଛି ଇଡି।

ଆପ୍ ନେତା ବିଜୟ ଓ ବ୍ୟବସାୟୀ ଅଭିଷେକଙ୍କୁ ଦିଲ୍ଲୀ ଅବକାରୀ ନୀତିରେ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି। ଏହାପୂର୍ବରୁ ଦୁହିଁଙ୍କୁ ସିବିଆଇ ମଧ୍ୟ ଗିରଫ କରିଥିଲା। ସେବେଠୁ ଏ ଦୁହେଁ ଜେଲ୍‌ରେ ଥିଲେ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ନେତା ବିଜୟ ନାଏରଙ୍କ ଜାମିନ ଉପରେ ଶୁଣାଣି ହେବାର ଥିଲା । ତେବେ ଏହାପୂର୍ବରୁ ହିଁ ଇଡି ତାଙ୍କୁ ଗିରଫ କରିନେଇଛି ।

Show More

Related Articles

Back to top button