ଦେଶ ବିଦେଶବାଣିଜ୍ୟ

ଇଣ୍ଡୋନେସିଆର ବଡ ନିଷ୍ପତ୍ତି, ଭାରତରେ ଶସ୍ତା ହେବ ଖାଦ୍ୟ ତୈଳ

ଭାରତରେ ଶସ୍ତା ହେବ ଖାଦ୍ୟ ତୈଳ । କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅଧିକାରୀଙ୍କ ସୂତ୍ରରୁ ଆସୁଥିବା ଖବରରୁ ଏହା ଜଣାପଡିଛି। ଇଣ୍ଡୋନେସିଆ ରପ୍ତାନୀ ବୃଦ୍ଧି ଓ ହାଇ ଇନଭେଣ୍ଟ୍ରି ହ୍ରାସ କରିବା ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ଛାଡ କରିବ।

ଇଣ୍ଡୋନେସିଆ ବିଶ୍ୱର ବୃହତ୍ତ ପାମ ତୈଳ ରପ୍ତାନୀକାରୀ ଦେଶ। ତେବେ ରପ୍ତାନୀ ଶୁଳ୍କ ସମାପ୍ତ ଲାଗି ନିଷ୍ପତ୍ତି ପାମୋଲିନ ତୈଳ ମୂଲ୍ୟରେ ହ୍ରାସ କରିପାରେ। ଉଲ୍ଲେଖଯୋଗ୍ୟ ଯେ ପାମୋଲିନ ଗତ ଏପ୍ରିଲରୁ ଶେଷ ସପ୍ତାହରୁ ବର୍ଷକ ପୂର୍ବ ମୂଲ୍ୟରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ହୋଇଛି। ଏପଟେ ଦେଶରେ ମଧ୍ୟ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ ହୋଇଛି। ଗତ ସପ୍ତାହରେ ଖାଦ୍ୟ ତୈଳ ବଜାରରେ ସୋରିସ, ସୋୟାବିନ ଓ ପାମୋଲିନ ତୈଳ ମୂଲ୍ୟରେ ହ୍ରାସ ଦେଖାଯାଇଛି। ସେପଟେ ବାଦାମ ଓ ଅଶୋଧିତ ପାମୋଲିନ ମୂଲ୍ୟ ମଧ୍ୟ ସୁଧାର ଦେଖା ଦେଇଛି ତେବେ ବାକି ତୈଳ ମୂଲ୍ୟ ଅପରିବର୍ତ୍ତିତ ରହିଛି। କୁହାଯାଉଛି ବିଦେଶରେ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ ହୋଇଛି।

ଏଣୁ ଆମଦାନୀକାରୀଙ୍କୁ ଏବେ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ସେମାନେ ଯେଉଁ ଦରରେ କଣ୍ଟ୍ରାକ୍ଟ କରିଥିଲେ ଦେଶରେ ତା ଠାରୁ ମୂଲ୍ୟ ହ୍ରାସ ହୋଇଛି। ଏଣୁ ଦେଶୀୟ ବଜାର ଦରରେ କାରବାର କରିବା ଏବେ ସେମାନଙ୍କ ଲାଗି କ୍ଷତିର କାରଣ ପାଲଟିଛି। ସୂତ୍ର ଅନୁସାରେ ସୋୟାବିନରେ ହ୍ରାସ ଯୋଗୁ ପାମୋଲିନ ତେଲର ମୂଲ୍ୟ ମଧ୍ୟ କମିଛି। ସେହିପରି ଅଶୋଧିତ ପାମୋଲିନ ତୈଳ (ସିପିଓ) କେବଳ ଦରରେ ରହିଛି ଏହାର ଏବେ କାରବାର ନାହିଁ। କାରଣ ଆମଦାନୀକାରୀଙ୍କ କ୍ରୟ ମୂଲ୍ୟ ତୁଳନାରେ ଏହାର ଦର ଦେଶରେ ଢେର କମ ରହିଛି। ସେହିପରି ଦେଶରେ ସୋରିସ ଦାମ ହ୍ରାସ ତୈଳ ମୂଲ୍ୟ ହ୍ରାସର ମଧ୍ୟ କାରଣ ପାଲଟିଛି। ଗୋଟା ସୋରିସ ମୂଲ୍ୟରେ ପ୍ରତି କ୍ୱିଣ୍ଟଲ ୧୨୫ ଟଙ୍କା ହ୍ରାସ ହୋଇ କ୍ୱିଣ୍ଟଲ ପିଛା ୭୧୭୦-୭୨୨୦ ଟଙ୍କା ଦରରେ କାରବାର ହେଉଛି। ଏଣୁ ସୋରିସ ତେଲ ମୂଲ୍ୟରେ ହ୍ରାସ ଦେଖା ଯାଇଛି।

Show More

Related Articles

Back to top button