Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଆଦାନୀ ଗ୍ରୁପର ବଡ଼ ନିଷ୍ପତ୍ତି, ୩୦ ଟଙ୍କା ଶସ୍ତା କଲା ଖାଇବା ତେଲ

ସରକାରଙ୍କ ପ୍ରୟାସ ପରେ ଖାଇବା ତେଲ ମୂଲ୍ୟ ମକିବାରେ ଲାଗିଛି । କିଛି ଦିନ ପୂର୍ବେ ସରକାରଙ୍କ ନିର୍ଦ୍ଦେଶ ପରେ ତେଲ କମ୍ପାନି ଗୁଡିକ ମୂଲ୍ୟ କମ କରିବାକୁ ଘୋଷଣା କରିଥିଲେ । ଏବେ ପୁଣି ଥରେ ଫର୍ଚ୍ୟୁନ ବ୍ରାଣ୍ଡ ନାଁରେ ଖାଇବା ତେଲ ବିକ୍ରି କରୁଥିବା ଆଦାନୀ ୱିଲମାର ଖାଇବା ତେଲ ମୂଲ୍ୟ କମାଇବାକୁ ଘୋଷଣା କରିଛି ।

ଅନ୍ତର୍ଜାତୀୟ ସ୍ତରରେ ଖାଇବା ତେଲ ମୂଲ୍ୟ କମିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଖାଇବା ତେଲରେ ଲିଟର ପିଛା ୩୦ ଟଙ୍କା କମ କରିବାକୁ କମ୍ପାନି ଘୋଷଣା କରିଛି। ସୋୟାବିନ ତେଲର ମୂଲ୍ୟରେ ସବୁଠୁ ଅଧିକ ହ୍ରାସ କରିବାକୁ ଘୋଷଣା କରାଯାଇଛି । ନୂଆ ମୂଲ୍ୟର ଉତ୍ପାଦ ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ। ଏହା ପୂର୍ବରୁ ଧାରା ବ୍ରାଣ୍ଡ ନାଁରେ ଖାଇବା ତେଲ ବିକ୍ରି କରୁଥିବା ମଦର ଡାୟରୀ ସୋୟାବିନ ଏବଂ ରାଇସ ବ୍ରାନ ଆଇସର ଲିଟର ପିଛା ମୂଲ୍ୟରେ ୧୪ ଟଙ୍କା କମାଇଥିଲା । ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ଖାଇବା ତେଲର ମୂଲ୍ୟ ଉପରେ ଆଲୋଚନା କରିବା ପାଇଁ ଜୁଲାଇ ୬ ରେ ବୈଠକ କରିଥିଲା ।

ଏହି ବୈଠକରେ ବିଶ୍ୱ ସ୍ତରରେ ଖାଇବା ତେଲର ମୂଲ୍ୟ ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ଉପଲବ୍ଧ କରାଇବା ପାଇଁ କମ୍ପାନି ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫର୍ଚ୍ୟୁନ ସୋୟାବିନ ତେଲର ମୂଲ୍ୟ ଲିଟର ପିଛା ୧୯୫ ଟଙ୍କାରୁ ହ୍ରାସ ହୋଇ ୧୬୫ ଟଙ୍କା କରାଯାଇଛି । ସେହିପରି ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ୨୧୦ ଟଙ୍କାରୁ ହ୍ରାସ କରି ଲିଟର ପିଛା ୧୯୯ ଟଙ୍କା କରାଯାଇଛି । ସୋରିଷ ତେଲର ଏମଆରପି ଲିଟର ପିଛା ୧୯୫ ଟଙ୍କାରୁ କମ କରି ୧୯୦ ଟଙ୍କା କରାଯାଇଛି । ଅନ୍ୟପଟେ ଫର୍ଚ୍ୟୁନ ରାଇସ ବ୍ରାନ ତେଲର ମୂଲ୍ୟ ୨୨୫ ଟଙ୍କାରୁ କମ କରି ଲିଟର ପିଛା ୨୧୦ ଟଙ୍କା କରାଯାଇଛି।

Show More

Related Articles

Back to top button