Breaking PLUSଓଡ଼ିଶାମୁଖ୍ୟ ଖବର

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ କରୋନା

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱର 'ସମ ଅଲଟିମେଟ କୋଭିଡ ହସପିଟାଲ'ରେ ଚିକିତ୍ସାଧିନ ଥିବା ଜଣାଯାଇଛି । ଭୁବନେଶ୍ୱର ପଳାସପଲ୍ଲୀ ବାସଭବନରେ ଶ୍ରୀ ସାମଲ ଗତ ୩ ତାରିଖରେ ଅସୁସ୍ଥତା ଅନୁଭବ କରିଥିଲେ ।

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱର ‘ସମ ଅଲଟିମେଟ କୋଭିଡ ହସପିଟାଲ’ରେ ଚିକିତ୍ସାଧିନ ଥିବା ଜଣାଯାଇଛି । ଭୁବନେଶ୍ୱର ପଳାସପଲ୍ଲୀ ବାସଭବନରେ ଶ୍ରୀ ସାମଲ ଗତ ୩ ତାରିଖରେ ଅସୁସ୍ଥତା ଅନୁଭବ କରିଥିଲେ । ପରିବାର ପକ୍ଷରୁ ତାଙ୍କୁ ‘ସମ ହସପିଟାଲ’କୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ପରୀକ୍ଷାରୁ କୋଭିଡ ସଂକ୍ରମଣ ହୋଇଥିବା ଜଣାପଡିଥିଲା । ଶ୍ରୀ ସାମଲଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ସୂଚନା ମିଳିଛି । ୭୫ ବର୍ଷ ବୟସର ଶ୍ରୀ ସାମଲ ଆଗାମୀ ଦୁଇ ଦିନ ମଧ୍ୟରେ ଡାକ୍ତରଖାନାରୁ ଘରକୁ ଫେରିବେ ବୋଲି ଆଶା କରାଯାଉଛି । ବିଭିନ୍ନ ମହଲରୁ ବିଧାୟକ ଶ୍ରୀ ସାମଲଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି

Show More

Related Articles

Back to top button