Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଥମୁନି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୧୦,୬୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୦,୬୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୧୨ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୬୨୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି।

ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୦,୬୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୧୨ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୬୨୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୩୪,୮୪୨ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୫୬୪ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼-୯୪୩, କଟକ-୮୮୭, ଯାଜପୁର-୨୯୦, ପୁରୀ-୪୩୪, ଗଞ୍ଜାମ- ୨୬୬, ନୂଆପଡ଼ା- ୩୨୪, ବଲାଙ୍ଗୀର-୩୧୮, ବାଲେଶ୍ବର-୩୦୧, ଅନୁଗୁଳ-୫୫୯, ଭଦ୍ରକ-୧୦୦, ବରଗଡ଼-୪୪୩, କଳାହାଣ୍ଡି- ୪୬୯, ଝାରସୁଗୁଡ଼ାରୁ ୪୫୬, ନବରଙ୍ଗପୁର- ୩୩୬ ଓ ସମ୍ବଲପୁର ଜିଲ୍ଲାରୁ ୬୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

Show More

Related Articles

Back to top button