Breaking PLUSଦେଶମୁଖ୍ୟ ଖବରରାଜନୀତି

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା

ଜୟପୁର, 15 ଡିସେମ୍ବର -ବିଜେପି ବିଧାୟକ ଦଳ ନେତା ଭଜନ ଲାଲଶର୍ମା ଶୁକ୍ରବାର ରାଜସ୍ଥାନର 14ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ରାଜ୍ୟପାଳ କଲରାଜ ମିଶ୍ର ଜୟପୁର ଐତିହାସିକ ଅଲବର୍ଟ ହଲରେ ଆୟୋଜିତ ସମାରୋହରେ ଭଜନଲାଲ ଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀ ଓ ପ୍ରେମଚନ୍ଦ ବୈରଭା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

Show More

Related Articles

Back to top button