Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେବା ବେଳେ ଧରାପଡିଲେ ଆରଆଇ

ଭୁବନେଶ୍ୱର, 20 ଜାନୁୟାରୀ- ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ କେନ୍ଦୁଆପଡାର ରେଭିନ୍ୟୁ ଇନସପେକ୍ଟର ଶରତ କୁମାର ଜେନା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଚାଷଜମିକୁ ବାସପଯୋଗୀ ଘରବାଡି ପଟ୍ଟାରେ ପରିବର୍ତ୍ତନ କରିବାକୁ ନେଇ ଜଣେ ଅଭିଯୋଗକାରୀଙ୍କ ଠାରୁ ଟଙ୍କା ଦାବି କରିଥିଲେ । 9ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାକୁ ଧରିଛି । ଶରତଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହାପରେ ଭିଜିଲାନ୍ସ ଟିମ୍ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶରତଙ୍କ 3ଟି ଠିକଣାରେ ଚଢାଉ କରିଛି । ଏନେଇ ବାଲେଶ୍ୱର ଭିଜିଲାନ୍ସ ପୋଲିସ ଷ୍ଟେସନାୋ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ଜାରି ରହିଛି ।

Show More

Related Articles

Back to top button