ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଶୀତଦିନରେ ଗୁଡ଼ ମିଶା କ୍ଷୀର ସେବନର ଉପକାରିତା…

କ୍ଷୀର ପିଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ ଉପକାରୀ ହୋଇଥାଏ । କିନ୍ତୁ ଶୀତ ଦିନରେ କ୍ଷୀରରେ ଗୁଡ଼ ପକାଇ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଏହି ଋତୁରେ ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ସେ ସମ୍ପର୍କିତ କିଛି ତଥ୍ୟ-

  •  ଉଷୁମ କ୍ଷୀରରେ ଗୁଡ଼ ମିଶାଇ ପିଇବା ଦ୍ୱାରା, ଏହା ପେଟକୁ ସଫା ରଖିବାରେ ସାହାଯ୍ୟ କରିଥାଏ । ଏହା ସହିତ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ପାଇଁ ମଧ୍ୟ ଏହା ବେଶ ଲାଭଦାୟକ ହୋଇଥାଏ ।
  • ପାଚନ ତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରେ ଗୁଡ଼ ମିଶା କ୍ଷୀର । ଏହା ପିଇବା ଦ୍ୱାରା,ପାଚନ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ ।
  • ଉଷୁମ କ୍ଷୀରରେ ଗୁଡ଼ ମିଶାଇ ପିଇବା ଦ୍ୱାରା, ଏହା ଶରୀରରେ ଆଇରନର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ ।
  • ଶୀତଦିନରେ ପ୍ରତିଦିନ କ୍ଷୀରରେ ଗୁଡ଼ ମିଶାଇ ସେବନ କରିବା ଦ୍ୱାରା, ଏହା ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ । ଏହା ସହିତ ବ୍ରଣ ସମସ୍ୟାକୁ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ ।
  • ଓଜନ ହ୍ରାସ କରିବାରେ ମଧ୍ୟ ବେଶ ସହାୟକ ହୋଇଥାଏ ଏହି ଗୁଡ଼ ମିଶା କ୍ଷୀର ।
Show More

Related Articles

Back to top button