Breaking PLUSଓଡ଼ିଶାମୁଖ୍ୟ ଖବର

କାର୍ତ୍ତିକ ମାସ ପରେ ବି ଆକାଶ ଛୁଆଁ ପରିବା ଦର

ସେଞ୍ଚୁରୀ ମାରିଲାଣି ଟମାଟୋ ଦର

ହୁ ହୁ ହୋଇ ବଢିବାରେ ଲାଗିଛି ପନିପରିବା ଦର । କାର୍ତ୍ତିକ ମାସ ଗଲା ପରେ ବି ବଜାରରେ କଞ୍ଚା ପରିବା ଦର ଆକାଶ ଛୁଆଁ ହୋଇଛି । ଟମାଟୋ କଥା ତ ନକହିବା ଭଲ । କିଛି ଦିନ ତଳେ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦର ଏବେ ସେଞ୍ଚୁରି ମାରିଛି । ଖୁଚୁରା ଦୋକାନରେ ଟମାଟୋ ୧୦୦ ଟଙ୍କାରେ ପହଂଚିଛି ।

ବିନ୍ସ ୬୦, ନାଲି ବାଇଗଣ ୪୦, ଧଳା ଗୋଲ ବାଇଗଣ ୬୦, ଫୁଲ କୋବି ୧୦୦ରେ ୨ଟା ଥିବା ବେଳେ, କଲରା ୬୦, କଲିକତି ଚାଲାଣ ପୋଟଳ ୫୦ ଥିବା ବେଳେ ଦେଶୀ ପୋଟଳ ଦର ୮୦ ଟଙ୍କା ଛୁଇଁଛି ।

ବିଶେଷକରି ଦକ୍ଷିଣ ଭାରତର ବାଙ୍ଗାଲୋର, ଆନ୍ଧ୍ରରେ ବର୍ଷା ଯୋଗୁ ପରିବା ଉତ୍ପାଦନ ଉପରେ ପ୍ରଭାବ ପକାଇଛି । ଚାହିଦା ଅନୁଯାଇ ଓଡ଼ିଶାରେ ପରିବା ଉତ୍ପାଦନ ହେଉନି । ଯାହା ଫଳରେ ଓଡିଶାରେ ପରିବା ଦର ଖସିବାର ନାଁ ନେଉନି ।

Show More

Related Articles

Back to top button