ସ୍ୱାସ୍ଥ୍ୟ

ମଧୁମେହ ଏବଂ ଉଚ୍ଚ ରକ୍ତଚାପ ନିମନ୍ତେ ରାମ ବାଣ ଅଟେ ଭୃଷଙ୍ଗ ପତ୍ର : କିପରି ସେବନ କରିବେ ଆସନ୍ତୁ ଜାଣିବା-

ଆଜିକାଲି ଖାଦ୍ୟପେୟରେ ଅନିୟମିତତା, ରାସାୟନିକ ସାର ପ୍ରୟୋଗ ଯୁକ୍ତ ଖାଦ୍ୟ ସାମଗ୍ରୀ ଖାଇବା ଏବଂ ଅତ୍ୟଧିକ ଉତ୍ତେଜନା ଆଦି କାରଣ ଯୋଗୁଁ ବୟଷ୍କ ଲୋକଙ୍କ ସହ ଯୁବକ ମାନେ ମଧ୍ୟ ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଚ୍ଚ ରକ୍ତଚାପ, ମଧୁମେହ ଆଦି ପୂର୍ବରୁ ବୟସ୍କ ମାନଙ୍କୁ ହେଉଥିଲା, କିନ୍ତୁ ବର୍ତ୍ତମାନ ଏହା ସମସ୍ତ ଆୟୁ ବର୍ଗ ର ଲୋକଙ୍କ ନିକଟରେ ଦେଖାଯାଉଛି ।

ଉଚ୍ଚ ରକ୍ତଚାପ ଦ୍ଵାରା ବିଶେଷ ଭାବରେ ଯୁବକ ମାନେ ଆକ୍ରାନ୍ତ ହେଉଛନ୍ତି । ଏହା ଗୋଟିଏ ଏପରି ଅବସ୍ଥା ଯେଉଁଠି ଧମନୀ ରେ ରକ୍ତ ଚାପ ପଡିଥାଏ ଓ ହାର୍ଟ କିଛି ମାତ୍ରାରେ ଅଧିକ କାମ କରିଥାଏ । ସାଧାରଣ ରକ୍ତଚାପ ୧୨୦/୮୦ ରହିବା ଆବଶ୍ୟକ । ଯେବେ ରକ୍ତଚାପ ସ୍ତର ବୃଦ୍ଧି ହୋଇଥାଏ ସେତେବେଳେ ହାଇପର୍ ଟେନ୍ସନ୍ ହୋଇଥାଏ । ଶୀତଋତୁରେ ରକ୍ତଚାପ ସାମାନ୍ୟ ବୃଦ୍ଧି ହୋଇଥାଏ ।

ତେଣୁ ସମୟ ଥାଉ ଥାଉ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଭୃଷଙ୍ଗ ପତ୍ରରେ କ୍ୟାଲସିୟମ, ଫସଫରସ, ମଗ୍ନେଶୀୟମ, ଆଇରନ ଓ କପର ଦେଖିବାକୁ ମିଳିଥାଏ । ଏହି ପତ୍ରରେ ଥିବା କର୍ବୋଜଲ୍ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିଥାଏ ।

ଭୃଷଙ୍ଗ ପତ୍ରକୁ ନିୟମିତ ଭାବରେ ଏହିଭଳି ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ, ମଧୁମେହ ଆମ ଠାରୁ ଦୂରେଇ ରହିବ-

  • ପ୍ରତିଦିନ ୪-୫ ଟି ଭୃଷଙ୍ଗ ପତ୍ର ନିଅନ୍ତୁ । ଏହାକୁ ଭଲରେ ଧୋଇ ଖାଇ ନିଅନ୍ତୁ । ପ୍ରତିଦିନ ଏହିପରି ଭାବରେ ସକାଳୁ ଖାଲି ପେଟରେ ଏହି ପତ୍ରକୁ ଖାଇଲେ ଉଚ୍ଚ ରକ୍ତଚାପ ଓ ମଧୁମେହରୁ ଆରାମ ମିଳିଥାଏ ।
  • ନିୟମିତ ଭାବରେ ପ୍ରତିଦିନ କିଛି ଭୃଷଙ୍ଗ ପତ୍ର ନେଇ ତାହାକୁ ଏକ କପ ପାଣି ରେ ସିଝାନ୍ତୁ । ଭଲରେ ଫୁଟାଇ ନେଇ ଗୋଟିଏ ଛଣା ସାହାଯ୍ୟରେ ଛାଣୀ ନେଇ ପିଇ ନିଅନ୍ତୁ । ଦେଖିବେ ଧୀରେ ଧୀରେ ମଧୁମେହ ଓ ରକ୍ତଚାପ ନିୟନ୍ତ୍ରଣ ହୋଇଯିବ ।
Show More

Related Articles

Back to top button