Breaking PLUSଦେଶପାଣିପାଗ

୨୯ରେ ଲଘୁଚାପ ସମ୍ଭାବନା

ନଭେମ୍ବର ୨୯ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଯାହା କ୍ରମେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ଅଧିକ ଘନିଭୂତ ହେବାର ଆକଳନ କରାଯାଉଛି । ଏହି ଲଘୁଚାପ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଓଡ଼ିଶା ସଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇପାରେ ବୋଲି ଆଶଙ୍କା କରାଯାଉଛି ।

ବିଭିନ୍ନ ପାଣିପାଗ ମଡେଲ ପୂର୍ବାନୁମାନରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବାର ସଙ୍କେତ ଦେଉଛି । ମାସର ଶେଷ ସପ୍ତାହ ବେଳକୁ ଭୂମଧ୍ୟରେଖା ହୀନ୍ଦ ମହାସାଗର ଓ ସଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ନଭେମ୍ବର ୨୬ରୁ ଡିସେମ୍ବର ୨ ତାରିଖ ମଧ୍ୟରେ ଏହି ପ୍ରାଣାଳୀ ସୃଷ୍ଟି ହେବା ସହ ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ତେବେ ପାଗ ପୂର୍ବାନୁମାନରେ ଆଇଏମଡି ଗୁରୁବାର ଦକ୍ଷିଣ ତାମିଲନାଡୁ, ପୁଡୁଚେରୀ ଓ କରାଇକାଲର କିଛି ସ୍ଥାନରୁ ଭୀଷଣରୁ ଅତି ଭୀଷଣ ବର୍ଷା ଆଶଙ୍କା କରାଯାଉଥିବା ବେଳେ ଏହି ସମୟରେ ଆସାମ, ମେଘାଳୟ ଓ ତ୍ରିପୁରାରେ ଗନ କୁହୁଡ଼ି ଆଶଙ୍କା କରିଛନ୍ତି । ତେବେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସମେତ ମନାର ଉପସାଗର, କମୋରିନ ଓ ଦକ୍ଷିଣ ତାମିଲନାଡୁ ଉପକୂଳରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରିଛନ୍ତି । ଏଣୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ବାରଣ କରିଛନ୍ତି ।

Show More

Related Articles

Back to top button