ମନୋରଞ୍ଜନ

ବିବାହ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଙ୍କିତା ଲୋଖଣ୍ଡେ

କାରଣ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ ଖବର

‘ପବିତ୍ର ରିସ୍ତା’ ଫେମ୍ ଅଙ୍କିତା ଲୋଖଣ୍ଡେ ତାଙ୍କ ପ୍ରେମିକ ବିକି ଜୈନଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଉଭୟେ ତାଙ୍କ ବିବାହ ପ୍ରସ୍ତୁତିକୁ ନେଇ ବେସ୍ତ ଅଛନ୍ତି। ନିକଟରେ ସେମାନେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସାରୀଙ୍କୁ ତାଙ୍କ ବିବାହରେ ନିମନ୍ତ୍ରଣ କରିବା ପାଇଁ ଭେଟିଥିଲେ। କିନ୍ତୁ, ବିବାହର ପ୍ରସ୍ତୁତି ମଧ୍ୟରେ ଅଙ୍କିତାଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଅଭିନେତ୍ରୀଙ୍କୁ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ ମୋଡି ହୋଇଯିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିଦିଆଯାଇଛି। ଡିସଚାର୍ଜ ହେବା ପରେ ମଧ୍ୟ ଡାକ୍ତର ତାଙ୍କୁ ବେଡ୍ ରେଷ୍ଟ ନେବାକୁ ପରାମର୍ଶ ଦେଇଛନ୍ତି। ଅଭିନେତ୍ରୀ ନିଜେ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି।

ଫଟୋରେ ତାଙ୍କ ଗୋଡ଼ ବ୍ୟାଣ୍ଡେଜ୍ ରେ ବନ୍ଧା ହୋଇଥିବା ଦେଖାଯାଇଛି। ଏହି ଫଟୋକୁ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରି ସେ ଲେଖିଛନ୍ତି, ଟକ୍ ଟୁ ମାଇଁ (ପାଦର ଏକ ଇମୋଜି)। ଏହା ସହିତ ସେ ଏହି ଫଟୋକୁ ବିକିଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଅଙ୍କିତା ଏବଂ ବିକିଙ୍କ ଘରେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦୁହେଁ ମୁମ୍ବାଇର ଗ୍ରାଣ୍ଡ ହାଇଟ୍ ଠାରେ ବିବାହ କରିବେ। କିଛି ଦିନ ପୂର୍ବେ ଏହି ଦମ୍ପତିଙ୍କ ଘନିଷ୍ଠ ବନ୍ଧୁ ଶ୍ରଦ୍ଧା ଆର୍ଯ୍ୟ ବିବାହ କାର୍ଡର ଫଟୋ ସେୟାର କରିଥିଲେ। ତାଙ୍କର ବିବାହ ପୂର୍ବରୁ ଅଙ୍କିତା ଏକ ବ୍ୟାଚଲର୍ ପାର୍ଟୀ କରିଥିଲେ। ଏହି ପାର୍ଟୀରେ ସୃଷ୍ଟି ରୋଡେ, ଶ୍ରଦ୍ଧା ଆର୍ଯ୍ୟଙ୍କ ସମେତ ଅନେକ କଳାକାର ଯୋଗ ଦେଇଥିଲେ। ଅଭିନେତ୍ରୀ ତାଙ୍କ ବ୍ୟାଚଲର୍ ପାର୍ଟୀ ପାଇଁ ବରଗଣ୍ଡି ଡ୍ରେସ୍ ପିନ୍ଧିଥିଲେ। ସମ୍ପ୍ରତି, ବିକି-ଅଙ୍କିତା ଏକ କାର୍ଯ୍ୟକ୍ରମରେ ପାରମ୍ପାରିକ ମହାରାଷ୍ଟ୍ରୀୟ ପୋଷାକ ପିନ୍ଧିଥିଲେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।

Show More

Related Articles

Back to top button