ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ରାତାରାତି ବଦଳି ଯାଇଛି ମୋର୍ବି ସିଭିଲ୍ ହସ୍ପିଟାଲର ରୂପ

ନୂଆଦିଲ୍ଲୀ: ଗୁଜରାଟ ମୋର୍ବି ବ୍ରିଜ୍ ଦୁର୍ଘଟଣା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ହସ୍ପିଟାଲ ଯାଇ ଆହତମାନଙ୍କୁ ମଧ୍ୟ ଭେଟିବେ। ତେବେ ମୋଦିଙ୍କ ହସ୍ପିଟାଲ ଗସ୍ତ ପୂର୍ବରୁ ମୋର୍ବି ସିଭିଲ୍ ହସ୍ପିଟାଲର ରାତାରାତି ବଦଳି ଯାଇଛି ରୂପ। ଆକ୍ଟିଭ ମୁଡରେ ଆସିଯାଇଛନ୍ତି ପ୍ରଶାସନ। ହସ୍ପିଟାଲକୁ ଚିକ୍କଣ କରିବା ପାଇଁ ରାତିସାରା ଚାଲିଛି ରଙ୍ଗବୋଳା କାମ। ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏହି ହସ୍ପିଟାଲ ମରାମତି କରାଯାଉଥିବା ଫଟୋ ସାମ୍ନାକୁ ଆସିବା ପରେ ବିରୋଧୀ କଂଗ୍ରସ ଓ ଆମ୍ ଆଦମୀ ପାର୍ଟି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। କଂଗ୍ରେସ ଏବଂ ଆପ୍ ସିଭିଲ୍ ହସ୍ପିଟାଲର ଫଟୋ ଶେୟାର କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍ ପାଇଁ ଯେମିତି ପ୍ରସ୍ତୁତି ଚାଲିଛି। କଂଗ୍ରେସ ହସ୍ପିଟାଲର ମରାମତି କାମକୁ ଘୋର ନିନ୍ଦା କରିଛି। ଦଳ କହିଛି, ଏହା ଟ୍ରାଜେଡିର ଇଭେଣ୍ଟ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ମୋର୍ବିର ସିଭିଲ ହସ୍ପିଟାଲ୍ ଗସ୍ତ କରିବେ। ଏହା ପୂର୍ବରୁ ସେଠାରେ ରଙ୍ଗବୋଳା କାମ ଚାଲିଛି। ରଙ୍ଗ ବେରଙ୍ଗର ଟାଇଲ୍ସ ଲଗାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍‌ରେ ଯେମିତି କୌଣସି ତ୍ରୁଟି ନରହୁ ଏହାର ସମସ୍ତ ବନ୍ଦୋବସ୍ତ କରାଯାଉଛି। ଏମାନଙ୍କୁ ଲଜ୍ଜା ଆସିବା ଦରକାର। ଏତେ ଲୋକ ମରିଗଲେ ଆଉ ଏମାନଙ୍କର ଇଭେଣ୍ଟ କାମ ଚାଲିଛି। ସେହିପରି ଆପ୍ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଜୋରଦାର ବର୍ଷିଛି। ସେ ଟ୍ୱିଟ୍ କରି ଲେଖିଛି, ପ୍ରଧାନମନ୍ତ୍ରୀ ଫଟୋ ସୁଟ୍ ବେଳେ ଯେପରି ମୋର୍ବି ହସ୍ପିଟାଲର ନିମ୍ନମାନର କୋଠାର ଚିତ୍ର ସାମ୍ନାକୁ ନ ଆସୁ ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାତାରାତି ରଙ୍ଗବୋଳା କାମ ଚାଲିଛି। ୧୪୧ ଜଣ ଲୋକ ମରି ସାରିଲେଣି, ଶତାଧିକ ନିଖୋଜ, ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କିନ୍ତୁ ବିଜେପି ଫଟୋ ସୁଟ୍ ଓ ନିଜର ପବ୍ଲିସିଟି ପାଇଁ କାମ ଚଳାଇଛି ।

 

Show More

Related Articles

Back to top button