ଓଡ଼ିଶାମୁଖ୍ୟ ଖବର

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

୩ ଦିନ ପ୍ରବଳ ବର୍ଷା

ଆସୁଛି ଲଘୁଚାପ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ବର୍ତ୍ତମାନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ସକ୍ରିୟ ଥିବା କହିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର ଓ ମୟୁରଭଞ୍ଜଠାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ଛଡ଼ା ଉପକୂଳବର୍ତ୍ତୀ ଅଞ୍ଚଳ, କନ୍ଧମାଳ, ଢେଙ୍କାନାଳ, ନୁଆପଡ଼ା, ବଲାଙ୍ଗିର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ , ୧୭ ଓ ୧୮ , ତିନି ଦିନ ଧରି ବର୍ଷା ହେବ । ତେବେ ବର୍ତ୍ତମାନ ସୁଧା ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ଜୁନ ପହିଲାରୁ ୧୫ ଅଗଷ୍ଟ ସୁଧା ୭୪୯.୫ ମିଲିମିଟର ବର୍ଷା ରେକର୍ଡ ହେବା କଥା କିନ୍ତୁ ହୋଇଛି ୫୨୪.୦୮ ମିଲିମିଟର ବର୍ଷା । ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଏହା ମଧ୍ୟରୁ ୭ ଜିଲ୍ଲାରେ ସର୍ବାଧିକ ମାତ୍ରରେ ବର୍ଷା କମ୍ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଯାଜପୁରରେ ସର୍ବାଧିକ ୫୪ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଥିବାବେଳେ ଭଦ୍ରକ ରେ ୫୧ ପ୍ରତିଶତ, ବଲାଙ୍ଗିରରେ ୪୪ , କେନ୍ଦୁଝରରେ ୪୧ ପ୍ରତିଶତ ଓ ଅନୁଗୁଳ, ଗଜପତି ଓ ଝାରସୁଗୁଡ଼ାରେ ୪୦ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଛି।

Show More

Related Articles

Back to top button