Breaking PLUSଦେଶମୁଖ୍ୟ ଖବର

ପ୍ରାଣ ପ୍ରତିଷ୍ଠା ସହିତ ଜଡିତ ସମାରୋହରେ ରୋକ ନଲଗାନ୍ତୁ ତାମିଲନାଡୁ ସରକାର- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- ରାଜ୍ୟରେ କୌଣସି ସ୍ଥାନରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସହିତ ଜଡିତ କୌଣସି ସମାରୋହକୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ କମ୍ ରହୁଥିବା କାରଣରୁ ଅନୁମତି ଦେବାକୁ ମନା କରିବାକୁ ଠିକ୍ ନୁହେଁ ବୋଲି ତାମିଲନାଡୁ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।
ତାମିଲନାଡୁ ସରକାର ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ଲାଇଭ୍ ପ୍ରସାରଣ ଉପରେ ରୋକ ଳଗାଇଥିବା ଅଭିଯୋଗର ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତାମିଲନାଡୁର ଜଣେ ବିଜେପି କାର୍ଯ୍ୟକର୍ତ୍ତା ଏହି ପିଟିସନ ଦାୟର କରିଥିଲେ । ତାମିଲନାଡୁ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଆଶ୍ୱସ୍ତ କରାଯାଇଥିଲା ଯେ, ବ୍ୟାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ । ରାଜ୍ୟରେ ପ୍ରାଣ ପ୍ରତିଷ୍ଠାର ଲାଇଭ ପ୍ରସାରଣ, ପୂଜାର୍ଚ୍ଚନା, ଭଜନ ଉପରେ କୌଣସି କଟକଣା ନାହିଁ ।

Show More

Related Articles

Back to top button