Breaking PLUSଓଡ଼ିଶାମୁଖ୍ୟ ଖବର

ତୁମୁଡିବନ୍ଧରେ ବାଇକ୍ ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ୍

ବାଲିଗୁଡା- ଦିନ ଦ୍ୱିପ୍ରହରରେ ବାଇକ୍ ଡିକି ଭାଙ୍ଗି ଲୁଟି ନେଲେ ଏକ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି କନ୍ଧମାଳ ତୁମୁଡିବନ୍ଧ ବ୍ଲକରେ । ବେଲଘର ସରକାରୀ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ତୁମୁଡିବନ୍ଧ ଷ୍ଟେଟ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଉଠାଇଥିଲେ । ଏହି ଟଙ୍କା ସହିତ ଚେକବୁକ୍ ମଧ୍ୟ ସେ ନିଜ ବାଇକର ଡିକିରେ ରଖିଥିଲେ । ଏହାପରେ ସେ ତୁମୁଡିବନ୍ଧ ବ୍ଲକ ଅଫିସ ପରିସରରେ ଥିବା ଜନ ମଙ୍ଗଳ ଅଧିକାରୀଙ୍କ ବାସଭବନ ସମ୍ମୁଖରେ ବାଇକ୍ ରଖି ତାଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ଡିକି ଭାଙ୍ଗି ନଗଦ ଲକ୍ଷେ ଟଙ୍କା ଓ ଚେକବୁକ୍ ଧରି ଚମ୍ପଟ ମାରିଥିଲେ । ଲୁଟ୍ ନେଇ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ତୁମୁଡିବନ୍ଧ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button