Breaking PLUSଓଡ଼ିଶାମୁଖ୍ୟ ଖବର

ଚାନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ୍ ବସ୍

ନବରଙ୍ଗପୁର- ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ ବସ୍ । ବସ୍ ଓଲଟି ଜଣେ ପିଇଟି ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ବୁଧବାର ଏକ ସ୍କୁଲ ବସ୍‌‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତ ଶିକ୍ଷକ ଉମରକୋଟ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର କ୍ରୀଡା ଶିକ୍ଷକ ପ୍ରଭାସ କୁମାର ଜେନା ବୋଲି ଜଣାପଡିଛି। ଚନ୍ଦାହାଣ୍ଡି କ୍ରୀଡା ଉତ୍ସବରେ ଯୋଗ ଦେବାକୁ ବସ୍‌‌ରେ ଛାତ୍ରଛାତ୍ରୀ ସହ ଶିକ୍ଷକ ଯାଉଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଉମରକୋଟରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବସ୍‌‌ଟି ଯାଉଥିଲା। ଖବର ପାଇ ପୁଲିସ ଓ ୨ଟି ଅଗ୍ନିଶମ ଟିମ୍‌‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଚନ୍ଦାହାଣ୍ଡି ଏବଂ ଝରିଗାଁରୁ ୨ଟି ଅଗ୍ନିଶମ ଟିମ୍‌‌ ପଠାଯାଇଛି।

Show More

Related Articles

Back to top button