ଦେଶ ବିଦେଶବାଣିଜ୍ୟ

କମିଲା ବଜାଜ ପ୍ଲାଟିନା ଗାଡ଼ିର ଦାମ୍‌

ମାତ୍ର ଏତିକି ଟଙ୍କାରେ ଘରକୁ ନେଇ ଯାଆନ୍ତୁ ବାଇକ୍

ଭାରତରେ ଦୁଇ ଚକିଆ ଗାଡ଼ି ବଜାରରେ ସବୁଠାରୁ ଅଧିକ ମାଇଲେଜ ବାଲା ଗାଡ଼ି କହିଲେ ବଜାଜ ପ୍ଲାଟିନାର ନାଁ ଆଗରେ ଆସିଥାଏ। ଏହି ବାଇକ୍‌ ସୁନ୍ଦର ଓ ଆକର୍ଷଣୀୟ ଲୁକ୍‌ ସହିତ କମ୍ପାନୀ ଏହି ବାଇକ୍‌ରେ ଆକର୍ଷଣୀୟ ଫିଚର୍ସ ଦେଉଛି। ଏହି ବାଇକ୍‌ର ମୂଲ୍ୟ ଭାରତୀୟ ବଜାରରେ ୬୦ ହଜାରରୁ ଆରମ୍ଭ ହୋଇଥାଏ। ପୁରୁଣା ଦୁଇ ଚକିଆ ଗାଡ଼ି କିଣା ବିକା କରୁଥିବା ୱେବ୍‌ ସାଇଟ୍‌ ଏହି ବାଇକ୍‌କୁ ସବୁଠାରୁ ଭଲ ଡିଲ୍‌ ଓ ଭଲ ଅଫର ସହିତ ଦେଉଛନ୍ତି। ଏହି ଅଫର୍‌ର ଲାଭ ଉଠାଇ ଆପଣ ଏହି ବାଇକ୍‌କୁ ବହୁତ କମ୍‌ ମୂଲ୍ୟରେ କିଣି ପାରିବେ। ବଜାଜ ପ୍ଲାଟିନାର ୨୦୧୨ ମଡେଲକୁ ଆପଣ ‘ଓଏଲଏକ୍ସ’ ୱେବ୍‌ସାଇଟରୁ ଭଲ ଡିଲ୍‌ରେ କିଣିପାରିବେ। ଏଠାରେ ଅଫର୍‌ର ଲାଭ ଉଠାଇ ଏହି ବାଇକ୍‌କୁ ଆପଣ ମାତ୍ର ୨୦ ହଜାର ଟଙ୍କାରେ କିଣିପାରିବେ। କିନ୍ତୁ ଏହି ବାଇକ୍‌କୁ କିଣିବା ପାଇଁ କୌଣସି ଫାଇନାନ୍ସ ସୁବିଧା ଉପଲବ୍ଧ ନାହିଁ , ବଜାଜ ପ୍ଲାଟିନାର ୨୦୧୪ ମଡେଲ୍‌ଟି ‘ବାଇକ୍‌ ଫର ସେଲ୍‌’ ୱେବ୍‌ସାଇଟରେ ଭଲ ଡିଲ୍‌ରେ କିଣିପାରିବେ। ଏଠାରେ ଆପଣ ଏହି ବାଇକ୍‌କୁ ୨୫ ହଜାର ଟଙ୍କାରେ କିଣିପାରିବେ। କିନ୍ତୁ ଏହି ବାଇକ୍‌କୁ କିଣିବା ପାଇଁ କୌଣସି ଫାଇନାନ୍ସ ସୁବିଧା ଉପଲବ୍ଧ ନାହିଁ

ବଜାଜ ପ୍ଲାଟିନାରେ ସିଙ୍ଗଲ୍ ସିଲିଣ୍ଡର ଥିବା ୧୦୨ ସିସିର ଇଞ୍ଜିନ ରହିଛି। ଏହା ୭. ୯ ପିଏସର ଅଧିକତମ ପାୱାର ୮.୩ ଏନଏମର ପିକ୍‌ ଟର୍କ ବନାଇବାର କ୍ଷମତା ରଖିଛି । ଏହି ଇଞ୍ଜିନ ସହିତ ଫୋର ସ୍ପିଡ ଗିୟର ବକ୍ସ ମଧ୍ୟ କମ୍ପାନୀ ଦେଉଛି। ଏହି ବାଇକ୍‌ର ଆଗ ଓ ପଛ ଉଭୟ ଚକରେ ଡ୍ରମ ବ୍ରେକ୍‌ ରହିଥାଏ। ଏହା ସହିତ କମ୍ପାନୀ ଏହି ବାଇକ୍‌ରେ ଏଲୟ ହ୍ୱିଲ୍‌ ଏବଂ ଟ୍ୟୁବ୍‌ ଥିବା ଟାୟାର ଦେଉଛି। ଏହି ବାଇକ୍‌ରେ ଆପଣ ଗୋଟିଏ ଲିଟର୍‌ ପେଟ୍ରୋଲ ପକାଇଲେ ୭୫ରୁ ୯୦ କିମି ପର୍ଯ୍ୟନ୍ତ ଯାଇପାରେ ।

Show More

Related Articles

Back to top button