Breaking PLUSଓଡ଼ିଶାମୁଖ୍ୟ ଖବର

ମକର ମେଳା ପାଇଁ ୩ ଦିନ ବନ୍ଦ ରହିବ ବଡମ୍ବା ଟି-ସେତୁ

ଭୁବନେଶ୍ୱର, ୧୪ ଜାନୁଆରୀ – ଆସନ୍ତାକାଲି ମକର ସଂକ୍ରାନ୍ତି । ତେବେ ଏହାପୂର୍ବରୁ ସିଂହନାଥ ପୀଠରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବଡମ୍ବା ଟି-ସେତୁରେ ଗାଡି ଚଳାଚଳ ବନ୍ଦ କରାଯାଇଛି । ଏ ନେଇ ବଡମ୍ବା ତହସିଲଦାର ସୂଚନା ଦେଇଛନ୍ତି । ମକର ସଂକ୍ରାନ୍ତିରେ ବଡମ୍ବା ସିଂହନାଥ ପୀଠରେ ପ୍ରବଳ ଗହଳି ନେଇ ସେତୁ ଉପରେ କଟକଣା ଜାରି କରାଯାଇଛି । ଆସନ୍ତାକାଲି ଠାରୁ ୧୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେତୁ ଉପରେ ଜାରି ରହିବ କଟକଣା । କେବଳ ଜରୁରୀକାଳୀନ ଗାଡିକୁ ପୋଲିସ କରିଡରରେ ଛଡ଼ାଯିବ। ସେତୁର ଉଭୟ ପାର୍ଶ୍ୱରେ ବୈଦେଶ୍ୱର ଓ ବଡମ୍ବା ପୋଲିସର ହେବ କ୍ୟାମ୍ପ। ୨ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛି ।

Show More

Related Articles

Back to top button