Breaking PLUSଓଡ଼ିଶାମୁଖ୍ୟ ଖବର

ଲଖନପୁରରେ କଲରାପତରିଆ ବାଘ ଆତଙ୍କ

ଭୁବନେଶ୍ୱର, ୧୪ ଜାନୁଆରୀ – ଲଖନପୁର ବ୍ଲକ ଅଞ୍ଚଳରେ କଲରାପତରିଆ ବାଘର ଆତଙ୍କ ଦେଖାଦେଇଛି । ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି । ସୁନାରି ପଞ୍ଚାୟତର ଜାମବେର୍ନା ଗ୍ରାମରେ ଦେଖିବାକୁ ମିଳିଛି କଲରାପତରିଆ ବାଘର ପାଦ ଚି଼ହ୍ନ I କିଛିଦିନ ପୂର୍ବରୁ କଲରାପତରିଆ ବାଘର ଉପସ୍ଥିତି ବେଲପାହାଡ଼ ବନ ବିଭାଗ ଅଧିନସ୍ଥ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ ଫଟୋ କଏଦ ହୋଇଥିଲା । ଏବେ ବିଭିନ୍ନ ଗ୍ରାମର ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣର ଖବର ସାମନାକୁ ଆସିବାରେ ଲାଗିଛି ।
ଅନ୍ୟପଟେ ବନ ବିଭାଗ ଲୋକଙ୍କୁ ସଚେତନ କରୁଥିବା ବେଳେ କାଳରପତରିଆ ବାଘ ବର୍ତ୍ତମାନ ଜନବସତି ମୁହାଁ ହେବା ସନ୍ଦେହରେ ସ୍ଥାନୀୟ ଗ୍ରାମକୁ ଯାଇ ଡାକ ବାଜି ଯନ୍ତ୍ର ମାଇକ ଯୋଗେ ଲୋକଙ୍କୁ କଲରାପତରିଆ ବାଘର ଉପସ୍ଥିତି ନେଇ ଅବଗତ କରାଇବା ସହିତ ଲୋକଙ୍କୁ ଜଙ୍ଗଲକୁ ଯିବାପାଇଁ ବାରଣ କରିଛନ୍ତି ।

Show More

Related Articles

Back to top button