ଭକ୍ତିସ୍ୱତନ୍ତ୍ର

ଅବିଦ୍ୟା

ବୁଦ୍ଧି ରୂପକ ଉପାଧି ସହିତ ଜୀବର ଯେଉଁ ସମ୍ବନ୍ଧ ଅଛି ଏହାର କାରଣ ହେଉଛି ଅବିଦ୍ୟା, ଅଜ୍ଞାନତା ବା ଭ୍ରମାତ୍ମକ ଜ୍ଞାନ। ଏହି ଅଜ୍ଞାନତାକୁ ଏକମାତ୍ର ବ୍ରହ୍ମଜ୍ଞାନ ଦ୍ବାରା ଦୂରୀଭୂତ କରାଯାଇପାରେ। ଯେତେବେଳ ପର୍ଯ୍ଯନ୍ତ ବ୍ରହ୍ମଜ୍ଞାନ ଲବ୍ଧ ହୋ ନାହିଁ, ସେତେବେଳ ପର୍ଯ୍ଯନ୍ତ ଆତ୍ମା ସହିତ ବୁଦ୍ଧି, ମନ ଓ ଇନ୍ଦ୍ରିୟମାନଙ୍କ ସହିତ ଥିବା ସଂପର୍କ ଦୂରୀଭୂତ ହେବ ନାହିଁ।

ଅବିଦ୍ଯା ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଉଛି ମୂଳ ଅବିଦ୍ଯା ଓ ଅନ୍ଯଟି ହେଉଛି ସ୍ଥୂଳ ଅବିଦ୍ଯା। ମୂଳ ଅବିଦ୍ଯା ଦ୍ବାରା ଜୀବର କାରଣ ଶରୀର ନିର୍ମିତ ହୁଏ ଏବଂ ସ୍ଥୂଳ ଅବିଦ୍ଯା ପଦାର୍ଥ ମାନଙ୍କ ଉପରେ ଆବରଣ ସୃଷ୍ଟି କରେ। ଅବିଦ୍ଯା ହେଉଛି ଏହି ସଂସାରର ମୂଳ କାରଣ, ଅଜ୍ଞାନର ବିନାଶ ହେଲେ ସମସ୍ତ ଦୁଃଖ ଦୂର ହେବ ଏବଂ ମନୁଷ୍ଯ ଜନ୍ମମୃତ୍ଯୁ ଚକ୍ରରୁ ମୁକ୍ତି ଲାଭ କରିବ।

ଅଗ୍ନି ଯେପରି ଭସ୍ମ ଦ୍ବାରା ଆବୃତ୍ତ ହୋଇ ରହିଥାଏ, ସେହିପରି ଶୁଦ୍ଧ, ଅବିନାଶୀ, ସ୍ବୟଂପ୍ରକାଶ ଆତ୍ମା ଅବିଦ୍ଯା ତଥା ଏହାର ପରିଣାମ ସ୍ବରୂପ ମନ, ଅହଂକାର, ସ୍ବାର୍ଥ, ଦ୍ବେଷ, ଶରୀର, ପ୍ରାଣ ଓ ଇନ୍ଦ୍ରିୟମାନଙ୍କ ଦ୍ବାରା ଆବୃତ୍ତ ହୋଇ ରହିଥାଏ। ଭସ୍ମ ଅପସାରିତ ହେଲେ ଅଗ୍ନି ପ୍ରଜ୍ଜ୍ବଳିତ ହେବାକୁ ଲାଗେ। ସେହିପରି ଭାବରେ ଆତ୍ମଜ୍ଞାନ ଦ୍ବାରା ଅବିଦ୍ଯା ଦୂରୀଭୂତ ହେଲେ ସ୍ବୟଂପ୍ରକାଶ ଆତ୍ମା ବିଭାସିତ ହୁଏ।

-: ସ୍ବାମୀ ଶିବାନନ୍ଦ।

Show More

Related Articles

Back to top button