Breaking PLUSଓଡ଼ିଶାମୁଖ୍ୟ ଖବର

ପେଟ୍ରୋଲ ପମ୍ପ ମାଲିକଙ୍କୁ ଛୁରାମାଡ

ସୁନ୍ଦରଗଡ଼: ଛୁରାମାଡ଼ କରି ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ କରାଯାଇଥିବା ସୂଚନା ମିଳିଛି। ତଳସର ଥାନା ତୁମୁଲିଆ ନିକଟ ପେଟ୍ରୋଲ ପମ୍ପରୁ ଲୁଟ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଦୁର୍ବତ୍ତଙ୍କ ଛୁରା ମାଡ଼ରେ ପେଟ୍ରୋଲ ପମ୍ପ ମାଲିକ ଆହତ ହୋଇଥିବାବେଳେ କ୍ୟାସ କାଉଣ୍ଟରରୁ କେତେ ଟଙ୍କା ଲୁଟ ହୋଇଛି ଜଣାପଡ଼ିନାହିଁ।

ମାଲିକଙ୍କୁ ଛୁରାମାଡ଼ କରି ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ଗୁରୁତର ମାଲିକ ଦେବପ୍ରସାଦ ନନ୍ଦଙ୍କୁ ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦେବପ୍ରସାଦ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିଲେ। ଆଜି ଛୁଟି ଥିବାରୁ ପେଟ୍ରୋଲ ଟାଙ୍କିରେ ସେ ଓ ତାଙ୍କ ପତ୍ନୀ ଥିଲେ। ଏହି ସମୟରେ ଏକ ବାଇକ୍‌ରେ ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ୍ ପହଞ୍ଚି ଦେବପ୍ରସାଦଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button