Breaking PLUSଓଡ଼ିଶାମୁଖ୍ୟ ଖବର

ଅରୁଣଙ୍କ ପରେ ଅତନୁଙ୍କ କଟାକ୍ଷ, ସୌମ୍ୟଙ୍କୁ ଟାର୍ଗେଟ

ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅରୁଣ ସାହୁ ପାର୍ଟିର ବିଧାୟକ ତଥା ସମ୍ବାଦ ଖବରକାଗଜର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମାଲୋଚନା କରିବାର ଦିନକ ପରେ ଏବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କୁ ଟାର୍ଗେଟ କରିଛନ୍ତି । ସୌମ୍ୟ ପଟ୍ଟନାୟକ ବ୍ଲାକମେଲିଂ କରୁଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ।

ଅତନୁ କହିଛନ୍ତି ଯେ• ସୌମ୍ୟରଂଜନ ପଟ୍ଟନାୟକ ଯେଉଁ ବକ୍ତବ୍ୟ ଦେଉଛନ୍ତି ତାହା ହେଉଛି ଦଳ ବିରୋଧୀ କାର୍ଯ୍ୟ । ସେ ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍‌ କରି ବାରମ୍ବାର ଲେଖୁଛନ୍ତି । ଏହା ଆଦୌ ଆଦୌ ଗ୍ରହଣୀୟ ନୁହେଁ ବୋଲି ଅତନୁ ସବ୍ୟସାଚୀ କହିଛନ୍ତି ।

ସେ କହିଛନ୍ତି ଯେ ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେନି । ଦଳରେ ରହି ସୌମ୍ୟ ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି । ବ୍ଲାକମେଲିଂକୁ ଆୟୁଧ କରି ସୌମ୍ୟ ଲକ୍ଷ୍ୟରେ ପହଞ୍ଚିପାରିବେନି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ସୌମ୍ୟ କ’ଣ ଓ କେତେଥର ଦଳ ବଦଳାଇଛନ୍ତି ସମସ୍ତେ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା ଓ ଲୋକଙ୍କ ଅଭିଯୋଗର ସମାଧାନ ହେଲା, ଏଥିରେ ଅସୁବିଧା କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

Show More

Related Articles

Back to top button