Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଆରମ୍ଭ ହେଲା ବିଧାନସଭା

ଆଜିଠୁ ମୌସୁମୀ ଅଧିବେଶନ

ଆଜିଠୁ କୋଭିଡ କଟକଣା ମଧ୍ୟରେ  ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ଆଠ ଦିନ ଚାଲିବାକୁ ଥିବା ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ସ୍ୱଳ୍ପକାଳୀନ ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଆସିବ ୧୨ଟି ବିଲ୍ । ଭିଡିଓ କନଫରେନ୍ସିଂରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଯ଼ୋଡିହେଇଥିବାବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଭୁବନେଶ୍ୱର ଏମ୍ସ ଅତିଥି ଭବନରୁ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଛନ୍ତି । ଅନ୍ୟମାନେ ଚାହିଁଲେ ବି ଭିସି ଜରିଆରେ ବିଧାନସଭା ଅଧିବେଶନରେ ଯୋଡ଼ି ହୋଇପାରିବେ ବୋଲି ବାଚସ୍ପତି କହିଛନ୍ତି । ଗୃହରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତ୍ତିକ ତରାଇ ଅନ୍ୟ ଦିବଂଗତ ନେତାଙ୍କ ସହ କୋଭିଡ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଯ଼ାହାକୁ ସମର୍ଥନ କରିଥିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିରୋଧୀଙ୍କ ହାତରେ ସରକାରଙ୍କୁ ଘେରିବା ପାଇଁ ପ୍ରସଙ୍ଗର ଲମ୍ବା ତାଲିକା ରହିଥିବାବେଳେ ସେହିପରି ବିରୋଧୀଙ୍କୁ ମୁକାବିଲା ସହ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ ବିଜେଡି । ଗୃହରେ ଗୁରୁଜୀ ମାନସ ଦାସ, ମାହାଙ୍ଗା ଡବଲ ମର୍ଡର, ଏସପିଜି ସିଲିଣ୍ଡର ବୃଦ୍ଧି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, କୋରୋନା ଓ ଡେଙ୍ଗୁ ପରିଚାଳନା, ଓପିଏସସିରେ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ଆସିପାରେ  ।

Show More

Related Articles

Back to top button