Breaking PLUSମୁଖ୍ୟ ଖବର

ବଢିଲା ଏଲପିଜି ସିଲିଣ୍ଡର ଦର

ରନ୍ଧନ ଗ୍ୟାସରେ ୨୫ ଟଙ୍କା ବୃଦ୍ଧି

ପୁଣି ବଢିଛି ଘରୋଇ ଗ୍ୟାସ ସିଲିଣ୍ଡର ଦର । ଯ଼ାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି ।  ଏଲପିଜି ସିଲିଣ୍ଡରର ମୂଲ୍ୟ ଆଜିଠାରୁ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୧୯ କିଲୋଗ୍ରାମ ବ୍ୟାବସାୟିକ ସିଲିଣ୍ଡରର ମୂଲ୍ୟ  ସିଲିଣ୍ଡର ପିଛା ୭୫ ଟଙ୍କା ବୃଦ୍ଧି ପାଇଛି । ଦେଶର ବିଭିନ୍ନ ସହରରେ ସିଲିଣ୍ଡର ମୂଲ୍ୟରେ ଫରକ ଦେଖିବାକୁ ମିଳିଛି । ମୁମ୍ବାଇରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୮୮୫ ଟଙ୍କା ରହିଛି । ଏହା ପୂର୍ବରୁ ୮୬୦ ଟଙ୍କାରେ ବିକ୍ରି ହେଉଥିଲା । ଚେନ୍ନାଇରେ  ରନ୍ଧନ ଗ୍ୟାସ୍ ସିଲିଣ୍ଡର ଆଜିଠାରୁ ୯୦୦ଟଙ୍କା ଦେବାକୁ ପଡିବ, ଯାହା ଗତକାଲି ପର୍ଯ୍ୟନ୍ତ ୮୭୬ ଟଙ୍କା ଥିଲା । ସେହିପରି  ଲ‌କ୍ଷ୍ନୌରେ ଏଲ୍‌ପିଜି ସିଲିଣ୍ଡର ଦର ୮୯୮ ଟଙ୍କାରେ ପହଁଞ୍ଚିଛି । ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡର ଦର ବର୍ତ୍ତମାନ  ୮୮୫ ଟଙ୍କାରେ ବିକ୍ରି ହେଉଥିବାବେଳେ କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୧୧ ଟଙ୍କା ରହିଛି । ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ଗତ ଅଗଷ୍ଟ ୧୭ ରୁ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଥିଲାବେଳେ ଏହାପୂର୍ବରୁ ଜୁଲାଇ ୧ ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଥିଲା । ଗତ ସାତ ବର୍ଷ ମଧ୍ୟରେ ଏଲ୍‌ପିଜି ମୂଲ୍ୟ ଦ୍ୱିଗୁଣିତ ହୋଇଛି । ଯ଼ାହାକୁ ନେଇ ସାଧାରଣ ଲୋକ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ତେଲଠୁ ନେଇ ଡାଲି ପର୍ଯ଼୍ୟନ୍ତ ସବୁ ଦର ବଢୁଥିବାବେଳେ ଏବେ ଏଲପିଜି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

Show More

Related Articles

Back to top button