ଓଡ଼ିଶାଶିକ୍ଷା

ଆସନ୍ତା ୬ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ତଳକୁ ଖସିବାରେ ଳାଗିଛି । ଏହାକୁ ଆଖି ଆଗରେ ରଖି ସେପ୍ଟେମ୍ବର ୬ରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ହୋଇଛି ନିଷ୍ପତ୍ତି । ଏବେ ସବୁ ସେମିଷ୍ଚର ଛାତ୍ରଛାତ୍ରୀ ଆସି କ୍ଲାସ କରିପାରିବେ ଏଥିସହ କୋଭିଡ ଗାଇଡଲାଇନ ମାନି ଶିକ୍ଷା ଗ୍ରହଣ କରିବେ ।

ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକୁ ଚିଠି ଲେଖି ଅବଗତ କରାଯାଇଛି । ଏଥିସହିତ ୫ ତାରିଖରୁ ହଷ୍ଟେଲ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ଆବଶ୍ୟକ ସ୍ଥଳେ କ୍ଲାସରୁମରେ ଗହଳି କମାଇବାକୁ ବିଭିନ୍ନ ବ୍ୟାଚ୍ କରି ଅଧିକ ସମୟ ଶିକ୍ଷାଦାନ କରାଇବାକୁ କୁହାଯାଇଛି । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ ଟିଚିଂ ରେକର୍ଡ କରି ସେମାନଙ୍କୁ ପଠାଇବାକୁ ପରାମର୍ଶ ଦିଆଯାଇଛି ।

 

Show More

Related Articles

Back to top button