Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ୍‌ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ନିଜ ଦେଶର ଅଭିଷେକ ବର୍ମାଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ଓଜାସ । ଓଜାସ୍‌ଙ୍କଠାରୁ ହାରି ଅଭିଷେକ ରୌପ୍ୟରେ ସନ୍ତୁଷ୍ଟ ।

ଏସୀୟ କ୍ରୀଡାର ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ତୀରନ୍ଦାଜ ପ୍ରବୀଣ ଓଜୋସ ଦେବତାଲ ଓ ରୌପ୍ୟ ପଦକ ହାସଲ କରିଛନ୍ତି ଅଭିଷେକ ବର୍ମା । ଅଭିଷେକଙ୍କୁ 149-147ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରବୀଣ । ଶନିବାର ଭାରତ ଏସୀୟ କ୍ରୀଡାରେ ଶହେତମ ପଦକ ହାସଲ କରିଛି । ହାଙ୍ଗଝୋ କ୍ରୀଡାରେ ଭାରତର ପଦକ ସଂଖ୍ୟା ଶହେ ଛୁଇଁଛି ଯେଉଁଥିରେ 25ଟି ସ୍ୱର୍ଣ୍ଣ ପଦକ, 35ଟି ରୌପ୍ୟ ପଦକ ଓ 40ଟି ବ୍ରୋଞ୍ଜ ପଦକ ରହିଛି ।

Show More

Related Articles

Back to top button