Breaking PLUSବଲିଉଡମୁଖ୍ୟ ଖବରସେଲିବ୍ରିଟି

ଜେଲରୁ ମୁକୁଳିଲେ ଆର୍ୟନ

ଦୀର୍ଘ ୨୮ ଦିନ ପରେ ଜେଲ ବାହାରେ ପାଦ ଥାପିଲେ ଆର୍ୟନ

ବହୁତ ଦିନ ଅପେକ୍ଷାର ଘଟିଛି ଅନ୍ତ, ଦୀର୍ଘ ୨୮ ଦିନ ପରେ ଜେଲରୁ ମୁକୁଳିଛନ୍ତି ଆର୍ୟନ ଖାନ । ପୁଅକୁ ଆଣିବା ପାଇଁ ନିଜେ ଶାହରୁଖଙ୍କ ଗାଡି ଆର୍ଥର ରୋଡ୍‌ ଜେଲରେ ପହଞ୍ଚିଥିଲା । ଶାହରୁଖଙ୍କ ବଡିଗାର୍ଡ ରବି ଆର୍ୟନଙ୍କୁ ଆଣିବା ପାଇଁ ଜେଲ୍‌ରେ ପହଞ୍ଚିଥିଲେ । ଏହାପରେ ସେଠାରୁ ସେମାନେ ସିଧା ଗାଡ଼ିରେ ବସି ମନ୍ନତ ଅଭିମୁଖେ ବାହାରି ଯାଇଥିଲେ ।

୨୩ ବର୍ଷୀୟ ଆର୍ୟନଙ୍କୁ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ୩ ତାରିଖରେ ଗିରଫ କରିଥିଲା । ଏହାପରେ ୮ ତାରିଖରୁ ସେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ରହିଥିଲେ । ଗୁରୁବାର ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିବା ବେଳେ ଶନିବାର ସକାଳେ ସେ ଜେଲରୁ ବାହାରିଛନ୍ତି । ପ୍ରକୃତରେ ଆର୍ୟନ ଗତକାଲି ଜେଲରୁ ବାହାରିବାର ଥିଲା । କିନ୍ତୁ ତାଙ୍କ ଲିଗାଲ ଟିମ ଜେଲ୍‌ର ସମୟ ସନ୍ଧ୍ୟା ୫.୩୦ ସୁଦ୍ଧା ରିଲିଜ୍‌ ଅର୍ଡର ଉପସ୍ଥାପନ କରି ପାରି ନଥିଲେ । ଫଳରେ ଆର୍ୟନଙ୍କୁ ଆଉ ଗୋଟିଏ ରାତି ଜେଲରେ ରହିବାକୁ ପଡ଼ିଥିଲା ।

ଆଜି ଭୋର ୫.୩୦ରେ ଜେଲ କର୍ତ୍ତୃପକ୍ଷ ରିଲିଜ୍‌ ଅର୍ଡର ପକା ଯାଉଥିବା ବକ୍ସକୁ ଖୋଲିଥିଲେ । ଏଥିରେ ଥିବା ୬ରୁ ୭ଟି ରିଲିଜ୍‌ ଅର୍ଡରକୁ ନିଜ ସହ ନେଇଥିଲେ । ଏହା ମଧ୍ୟରେ ଆର୍ୟନ ଖାନ ଓ ତାଙ୍କ ବନ୍ଧୁ ଅରବାଜ ମରାଚାଣ୍ଟଙ୍କ ଜାମିନ ଅର୍ଡର ମଧ୍ୟ ରହିଥିଲା । ଜେଲ କର୍ତ୍ତୃପକ୍ଷ ରିଲିଜ୍‌ ଅର୍ଡର ପାଇବା ପରେ କାଗଜାତ କାମ ଆରମ୍ଭ କରିଥିଲେ । ଏଥିପାଇଁ ପ୍ରାୟ ୨ରୁ ୩ ଘଣ୍ଟା ସମୟ ଲାଗିଥିଲା । କାମ ଶେଷ ପରେ ଆର୍ୟନ ଜେଲରୁ ଖଲାସ ହୋଇଛନ୍ତି । ଆର୍ୟନଙ୍କୁ ଜେଲରୁ ଆଣିବା ପାଇଁ ଶାହରୁଖଙ୍କ ମନ୍ନତ ସ୍ଥିତ ବାସଭବନରୁ ୩ଟି ଏସ୍‌ୟୁଭି ଯାଇଥିଲା । ଏଥିରେ ଶାହରୁଖ ଓ ତାଙ୍କ ମ୍ୟାନେଜର ପୂଜା ରହିଥିଲେ ।

ତେବେ ଅରବାଜ ମରାଚାଣ୍ଟ ସନ୍ଧ୍ୟାରେ ଜେଲରୁ ବାହାରିବେ ବୋଲି ତାଙ୍କ ବାପା ଅସଲମ ସୂଚନା ଦେଇଛନ୍ତି । ସେ ଆଜି ୯.୩୦ରେ ଆର୍ଥର ରୋଡ ଜେଲ ପାଖରେ ପହଞ୍ଚିଥିଲେ । ସମସ୍ତେ ଭାବିଥିଲେ ଅରବାଜଙ୍କୁ ସ୍ୱାଗତ କରିବା ପାଇଁ ସେ ଆସିଛନ୍ତି । ହେଲେ ସେ କହିଛନ୍ତି ଯେ ଅରବାଜ ସନ୍ଧ୍ୟା ସମୟରେ ଜେଲରୁ ମୁକୁଳିବେ । ସେ କେବଳ ଏବେ ତାଙ୍କୁ ଜେଲରେ ଦେଖା କରିବାକୁ ଆସିଛନ୍ତି ।

Show More

Related Articles

Back to top button