Breaking PLUSଦେଶମୁଖ୍ୟ ଖବର

ଦେଶରେ ଚିହ୍ନଟ ହେଲେ ୧୪, ୩୧୩ ନୂତନ କରୋନା ସଂକ୍ରମିତ

ସୁସ୍ଥ ହେଲେ ୧୩, ୫୪୩ ଆକ୍ରାନ୍ତ

୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ୧୪, ୩୧୩ କରୋନା ସଂକ୍ରମିତ । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୩, ୫୪୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୭, ୭୭୨ ରହିଛି । ଦେଶରେ ସୁସ୍ଥତା ହାର ୯୮. ୧୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୬ ଲକ୍ଷ ୪୧ ହଜାର ୧୭୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।

ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୫୫ ରହିଛି । ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୫୪୯ ଜଣଙ୍କର କରୋନାରୁ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୪, ୫୭, ୭୪୦ କରୋନା ସଂକ୍ରମିତ ହୋଇସାରିଲେଣି । ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୧୮ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୨୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୦୫.୪୩ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ରହିଛି ।

Show More

Related Articles

Back to top button