ଦେଶସ୍ୱତନ୍ତ୍ର

ଭାରତଠୁ ୨ହଜାର କୋଟିରୁ ଅଧିକ ଟଙ୍କାର ଯୁଦ୍ଧାସ୍ତ୍ର କିଣିବ ଆର୍‌ମେନିଆ

ଭାରତଠୁ ଯୁଦ୍ଧାସ୍ତ୍ର କିଣିବ ଆର୍‌ମେନିଆ । ବର୍ତ୍ତମାନ ଆର୍‌ମେନିଆ ଓ ଆଜରବାଇଜାନ୍‌ ମଧ୍ୟରେ ନାଗୋର୍ନ-କାରାବାଗ ସୀମା ବିବାଦ ଜୋର ଧରିଥିବାବେଳେ ଭାରତଠୁ ୨ହଜାର କୋଟିରୁ ଅଧିକ ଟଙ୍କାର ଯୁଦ୍ଧାସ୍ତ୍ର କିଣିବ ଆର୍‌ମେନିଆ । ଏନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ସରିଛି ।

ଏହି ଅସ୍ତ୍ର ମଧ୍ୟରେ ରହିଛି ମିସାଇଲ୍ ଓ ଆଣ୍ଟି ଟ୍ୟାଙ୍କ୍‌ ରକେଟ, ପିନାକା ମଲ୍ଟି ବାରେଲ ରକେଟ ଲଞ୍ଚର । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜାତୀୟ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଏହି ସବୁ ଯୁଦ୍ଧାସ୍ତ୍ର ବିକଶିତ କରିଛି । ତେବେ ପିନାକା ମଲ୍ଟି ବାରେଲ ରକେଟ ଲଞ୍ଚର ଏକ ଘରୋଇ କମ୍ପାନୀ ଦ୍ବାରା ବିକଶିତ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଭାରତୀୟ ସେନାରେ ୪ଟି ପିନାକା ମଲ୍ଟି ବାରେଲ ରକେଟ ଲଞ୍ଚର ସାମିଲ ହୋଇଥିବାବେଳେ ଆଗାମୀ ଦିନରେ ସେନାରେ ଆହୁରି ୬ଟି ପିନାକା ମଲ୍ଟି ବାରେଲ ରକେଟ ଲଞ୍ଚର ସାମିଲ ହେବ ।

 

Show More

Related Articles

Back to top button