ଓଡ଼ିଶାମୁଖ୍ୟ ଖବର

ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡଙ୍ଗୀ 

ସମସ୍ୟା ବୁଝିଲେ ଓ ସମାଧାନ ପାଇଁ ପ୍ରୟାସ କଲେ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ମହୋଦୟା ଆଜି ସକାଳୁ ସ୍ଥାନୀୟ ଅନୁଷ୍ଠାନ ଗୁଡିକର ଅନୁରୋଧ କ୍ରମେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରି ସେମାନଙ୍କର ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କଲେ ।

ବସଷ୍ଟାଣ୍ଡ ର ନବୀକରଣ ଚାଲିଥିବା ବେଳେ ଏଠାରେ 118ଟି ବ୍ୟବସାୟୀ ପରିବାର, 32ଟି କୁଲି ପରିବାର ର ବିଭିନ୍ନ ସମସ୍ୟା କୁ ରାଜ୍ୟ ସରକାର ଧ୍ୟାନ ଦେଉ ନାହାନ୍ତି । ଦୀର୍ଘ ଦିନ ଧରି ଦୋକାନ କରିଥିବା ସ୍ଥାୟୀ ଦୋକାନୀ ମାନଙ୍କୁ ତରବରିଆ ଭାବରେ ଥଇଥାନ ର ବ୍ୟବସ୍ଥା ନ କରି ସେମାନଙ୍କୁ ସେଠାରୁ ଉଠାଇ ଦେବା ପାଇଁ ରାଜ୍ୟ ସାରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିଛି । ବସଷ୍ଟାଣ୍ଡ ର କାର୍ଯ୍ୟ କରୁଥିବା କୁଲିମାନେ ମଧ୍ୟ ବସ ଚାଲୁନଥିବା ଯୋଗୁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ସାସଂଦ ମୋହଦୟା ସେମାନଙ୍କର ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସମସ୍ୟା ର ସମାଧାନ କିପରି ହେବ ସେଥିପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ।

Show More

Related Articles

Back to top button