ମନୋରଞ୍ଜନ

ଅନୁଷ୍କା ଶର୍ମାଙ୍କ ବଡିଗାର୍ଡ ନିଅନ୍ତି ଏତେ କୋଟି ଟଙ୍କା ଫି

ଆସନ୍ତୁ ଜାଣିବା ପାଇଁ ପଢିବା ସମ୍ପୂର୍ଣ ଖବର

ସେଲିବ୍ରିଟିଙ୍କ ପାଇଁ ବିଶ୍ୱାସଯୋଗ୍ୟ ଓ ସଚ୍ଚୋଟ ବଡିଗାର୍ଡ ହେବା କୌଣସି ବରଦାନ ଠାରୁ କମ ନୁହେଁ। କିଛି ସେଲିବ୍ରିଟିଙ୍କର ଏହିଭଳି ବିଶ୍ୱାସଯୋଗ୍ୟ ବଡିଗାର୍ଡ ଅଛନ୍ତି। ସଲମାନ ଖାନଙ୍କ ବଡିଗାର୍ଡ ଶେରା ଙ୍କ ବିଷୟରେ ତ ଆପଣ ଶୁଣିଥିବେ। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବଡିଗାର୍ଡ ସମ୍ପର୍କରେ ଜାଣିବା। ଅନୁଷ୍କାଙ୍କ ବଡିଗାର୍ଡଙ୍କ ନାଁ ପ୍ରକାଶ ସିଂହ (ସୋନୁ)। ସେ ଅନେକ ବର୍ଷ ଧରି ଅନୁଷ୍କାଙ୍କ ପାଇଁ କାମ କରୁଛନ୍ତି। ସେ ବେଳେ ବେଳେ ବିରାଟ କୋହଲିଙ୍କୁ ମଧ୍ୟ ଗାର୍ଡ କରିଥାନ୍ତି। ସେଥିପାଇଁ ତାଙ୍କ ଦରମା କୋଟିଏ ଟଙ୍କା। ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ।ନୁଷ୍କା ଶର୍ମା ପ୍ରକାଶ ସିଂହଙ୍କ ସିକ୍ୟୁରିଟି ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତି। ସେଥିପାଇଁ ଅନୁଷ୍କା ଓ ପ୍ରକାଶଙ୍କ ସମ୍ପର୍କ ମଧ୍ୟ ବହୁତ ଭଲ।

ଅନୁଷ୍କା ପ୍ରତି ବର୍ଷ ପ୍ରକାଶ ସିଂହଙ୍କ ଜନ୍ମଦିନ ପାଳନ କରନ୍ତି। ଫିଲ୍ମ ‘ଜିରୋ’ ସେଟରୁ ଅନୁଷ୍କା ଓ ସୋନୁଙ୍କ ଫଟୋ ଭାଇରାଲ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ ଅନୁଷ୍କାଙ୍କ କଡା ସୁରକ୍ଷା ପାଇଁ ସୋନୁ ବର୍ଷକୁ ୧.୨ କୋଟି ଟଙ୍କା ଫିସ ନିଅନ୍ତି।କୁହାଯାଉଛି ଯେ ମହାମାରୀ ସମୟରେ ଅନୁଷ୍କା ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ଏକ ବ୍ରାଣ୍ଡର ସୁଟିଂ ପାଇଁ ସେ ବାହାରକୁ ଯାଇଥିଲେ। ସେତେବେଳେ ସୋନୁ ତାଙ୍କର ପୁରା ଯତ୍ନ ନେଇଥିଲେ। ଅନୁଷ୍କାଙ୍କ ସେଟରୁ ପିପିଇ କିଟରେ ସୋନୁଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। କେବେଳେ ସେତିକି ନୁହେଁ, ଅନୁଷ୍କା ଯେତେବେଳେ ଝିଅକୁ ଜନ୍ମ ଦେଇଥିଲେ ସେତେବେଳେ ବି ସେ ଅନୁଷ୍କାଙ୍କୁ ହସ୍ପିଟାଲରୁ ଘର ଯାଏଁ ସୁରକ୍ଷିତ ନେଇଯାଇଥିଲେ।

Show More

Related Articles

Back to top button