Breaking PLUSଆଇନ କାନୁନମୁଖ୍ୟ ଖବରସେଲିବ୍ରିଟି

ପୁଣି ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ

କଟକ : ପୁଣି ଭାଇରାଲ ହେଲା ଅନୁଭବଙ୍କ ଆଉ ଏକ ଭିଡିଓ । ନିଜର ୟୁଟ୍ୟୁବ ଚ୍ୟାନେଲ୍‌ ମାଧ୍ୟମରେ ଏହି ଭିଡିଓଟିକୁ ଅପଲୋଡ଼ କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଭିଡିଓରେ ଅନୁଭୁବ ଫ୍ୟାନ୍ସମାନଙ୍କୁ ନିଜେ ରହୁଥିବା ରୁମ୍‌ ବୁଲି ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସଂପର୍କରେ କହିଛନ୍ତି । ଏହି ସମୟରେ ସେ ପରିବାର ସହ ବିତାଇଥିବା ଖୁସିର ମୁହୁର୍ତ୍ତ ସମ୍ପର୍କରେ ଜଣାଇଛନ୍ତି । ଏପିରିକି ତାଙ୍କ ରୁମ୍‌ରେ ଲାଗିଥିବା କିଛି ଫଟୋ ଫ୍ରେମ୍‌ ମଧ୍ୟ ସେ ଦେଖାଇଛନ୍ତି । କାହାର ଇମୋସନ ସହ ନଖେଳିବାକୁ ଅନୁରୋଧ କରି କହିଛନ୍ତି ସାଂସଦ ଅନୁଭବ ମହାନ୍ତି । ମୁଁ ବୋହୁତ ବୋଝ ନେଲିଣି । ମତେ ମାରି ସାରିଲଣି । ଆଉ ମରିବାକୁ ନେଇ ଡରାଅ ନାହିଁ । ଆଇନ ଉପରେ ମୋର ଯଥେଷ୍ଟ ଭରସା ଅଛି । ଆଇନକୁ ମୁଁ ବହୁତ ବିଶ୍ୱାସ କରେ । ମୁଁ ଏବଂ ମୋ ପରିବାର ପୁଣି ଥରେ ନୂଆ ସୂର୍ଯ୍ୟଦୋୟ ଦେଖିବ ବୋଲି ଆଶା କରୁଛି ବୋଲି କହିଛନ୍ତି ଅନୁଭବ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ମାନ୍ୟବର କୋର୍ଟ ଉଭୟ ବର୍ଷା ଓ ଅନୁଭୁବଙ୍କୁ ତାଗିଦ୍‌ କରିଥିଲେ । ସୋସିଆଲ୍‌ ମିଡିଆରେ ଉଭୟ କେହି କାହା ବିରୁଦ୍ଧରେ ମନ୍ତବ୍ୟ ନଦେବାକୁ କୋର୍ଟ କହିଥିଲେ ।

Show More

Related Articles

Back to top button