Breaking PLUSଦୁର୍ଘଟଣା

ବିବାହ ସମାରୋହରେ ଯୋଗ ଦେବାକୁ ଯାଉଥିଲେ ପରିବାର ଲୋକେ, ଟ୍ରକ୍ ଧକ୍କାରେ ୮ ସଦସ୍ୟଙ୍କ ମୃତ୍ୟୁ

ଏମିତି ବି ଆସିପାରେ ମୃତ୍ୟୁ । ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ପୁରା ପରିବାର । ହେଲେ ବାଟରେ ଜଗିବସିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୮ ଜଣ ସଦସ୍ୟଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ବାଡ଼ମେର ଜିଲ୍ଲାରେ । ଏକ ଏସ୍‌ୟୁଭି କାର୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁଡାମାଲାନୀ ରାମଜୀର ଗୋଲ ମେଗା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ବିବାହ ସମାରୋହରେ ସାମିଲ ହେବାକୁ ଏମାନେ ଜାଲୋରୁ ବାଡ଼ମେର ଯାଉଥିଲେ । ଯେଉଁ ଏସ୍‌ୟୁଭି କାରରେ ବସି ଏହି ପରିବାର ବାଡ଼ମେର ଯାଉଥିଲେ, ସେହି ରାସ୍ତାରେ ଟ୍ରକ ସହିତ ଭୟଙ୍କର ଧକ୍କା ହୋଇଥିଲା । ଦୁର୍ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବଂ ଅନ୍ୟ ୪ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବାଡମେର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲା ।

Show More

Related Articles

Back to top button