Breaking PLUSମୁଖ୍ୟ ଖବର

29ରୁ ପୁଣି ବର୍ଷିବ

ଭୁବନେଶ୍ବର: ଆସନ୍ତା ୨୯ ତାରିଖରୁ ଉପକୂଳ ଓ ଦକ୍ଷିଣରେ ବର୍ଷା ପରିମାଣ ବଢ଼ିବ। ବିଶେଷ କରି ୨ ତାରିଖରୁ ଅଧିକ ବର୍ଷା ହେବ। ଅନ୍ୟପକ୍ଷରେ ରାଜ୍ୟର କେତୋଟି ସ୍ଥାନରେ ଆସନ୍ତା ଦୁଇଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ ଆସନ୍ତା ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ କେତେକ ସ୍ଥାନରେ ବର୍ଷା ହେବ। ୨୭ରୁ ୨୮ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ଗଜପତି ଜିଲାରେ ଏବଂ ୨୮ରୁ ୨୯ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିବ।
ତେଲଙ୍ଗାନା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ଆସନ୍ତା ୨୯ରୁ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନିଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ।

Show More

Related Articles

Back to top button