Breaking PLUSଆଇନ କାନୁନଓଡ଼ିଶାମୁଖ୍ୟ ଖବର

୩ଟଙ୍କା ଫେରେଇଲେନି ଏବେ ୨୫ ହଜାର ଫାଇନ ଦେବେ

ଭୁବନେଶ୍ୱର: ସମ୍ବଲପୁର ଖାଉଟି ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଖାଉଟୀ ସ୍ୱାର୍ଥକୁ ସୁରକ୍ଷିତ କରିଛନ୍ତି। ଜଣେ ଜେରକ୍ସ ଦେକାନୀ କିପରି ଗ୍ରାହକଙ୍କୁ ୩ ଟଙ୍କା ନ ଫେରାଇ ୨୫ ହଜାର ଟଙ୍କା ଫାଇନ ଦେବାକୁ ଯାଉଛନ୍ତି ତାହା। ପୁଣି ଯଦି ସେ ୩୦ ଦିନ ଭିତରେ ଏହି ଅର୍ଥ ପଇଠ ନକରନ୍ତି ତେବେ ବାର୍ଷିକ ୯% ହାରରେ ତାଙ୍କୁ ଏହା ଦେବାକୁ ପଡ଼ିବ। ତେବେ ଘଟଣାଟିରେ ଆବେଦନକରତ୍ତା ହେଉଛନ୍ତି ସମ୍ବଲପୁର ଅଞ୍ଚଳର ଜଣେ ସାମ୍ବାଦିକ। ତାଙ୍କ ନାଁ ପ୍ରଫୁଲ୍ଲ ଦାଶ। ସେ କିଛି ଦସ୍ତାବିଜ୍‍ର କପି କରିବା ଲାଗି ସମ୍ବଲପୁର ସହରର ବୁଢ଼ାରାଜାଠାରେ ଥିବା ଗାୟଲ ପ୍ରିଣ୍ଟିଂ ଜୋନ୍‍କୁ ଯାଇଥିଲେ। ସେଠାରେ ତାଙ୍କୁ ସେ ୫ ଟଙ୍କା ଦେଇଥିଲା। କପି କରିବା ପାଇଁ ୨ ଟଙ୍କା ଥିବାରୁ ସେ ତାଙ୍କୁ ୩ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ଦୋକାନୀ ତାହା ନକରି ପ୍ରଫୁଲ୍ଲଙ୍କୁ ଖରାପ ଲାଗିବା ଭଳି କଥା କହିଥିଲେ। ଏପରିକି ଅନେକ ଯୁକ୍ତି ପରେ ୫ଟଙ୍କା ଫେରାଇ ତାଘଙ୍କୁ ‘ଭିକାରି’ ବୋଲି ସମ୍ବୋଧନ କରିଥିଲେ। ଏହା ତାଙ୍କୁ ମାନସିକ ଭାବେ ଆକ୍ରାନ୍ତ କରିଥିଲା। ଏଣୁ ସେ ଟଙ୍କା ଫେରସ୍ତ ନେଇ ନଥିଲେ। ପ୍ରତିବଦଳରେ ଏପରି ଠକାମୀର ଶିକାର ହୋଇ ମାନସିକ ଅଶାନ୍ତି ଭୋଗ କରୁଥିବା ପ୍ରଫୁଲ୍ଲ ଜିଲ୍ଲା ଖାଉଟି ଅଦାଲତରେ ଆବେଦନ କରିଥିଲେ। ଏପ୍ରିଲ୍‍ ୨୮ ତାରିଖରେ ଏହି ମାମଲାର ଶୁଣାଣି କରି ଖାଉଟି ଅଦାଲତ ସଦସ୍ୟ ସଦାନନ୍ଦ ତ୍ରିପାଠିଙ୍କୁ ଗତ ମଙ୍ଗଳବାର ଦିନ ତାଙ୍କ ରାୟ ଦେଇଛନ୍ତି। ଏଥିରେ ସମ୍ପୃକ୍ତ ଦେକାନୀଙ୍କୁ ବଳକା ୩ ଟଙ୍କା ଫେରାଇବା ସହ ଗ୍ରାହକଙ୍କୁ ମାନସିକ ଅଶାନ୍ତି ପହଞ୍ଚାଇବା ତଥା ତାଙ୍କର ଏହି କ୍ଷତିପୂରଣ ଭରଣା କରିବାକୁ ୨୫ ହଜାର ଟଙ୍କା ଜୋରିମାନ ପାଇଁ ଆଦେଶ ଦେଇଛନ୍ତି। ଆଉ ଯଦି ସେ ଏଥିରେ ଖିଲାଫ କରନ୍ତି ତେବେ ୯% ସୁଧ ହାରରେ ତାହାକୁ ପ୍ରଦାନ କରିବାକୁ ହେବ ବୋଲି କହିଛନ୍ତି।

Show More

Related Articles

Back to top button