ଓଡ଼ିଶାପାଣିପାଗ

ବଙ୍ଗୋପସାଗରରେ ସୃଷ୍ଠି ହେଉଛି ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି । ଗତ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ତେବେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ଲକ୍ଷଣ ଦେଖାଗଲାଣି ।

ସେପ୍ଟେମ୍ବର ୨୫ ବେଳକୁ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରଫ୍ ଲାଇନ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ସେପ୍ଟେମ୍ବର ୨୬ରେ ଏହା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି ଓ ସେପ୍ଟେମ୍ବର ୨୭ ବେଳକୁ ଏହା ଆହୁରି ଚିହ୍ନିତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ସେପ୍ଟେମ୍ବର ୨୮ରେ ଏହାର କିଛି ଅଂଶ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଥିବ ଓ ଅବଶିଷ୍ଟ ଅଂଶ ବଙ୍ଗୋପସାଗରରେ ଥିବ । ଏହି ସମୟ ବେଳକୁ ଏହା ଉପକୂଳର ନିକଟତର ହୋଇଥିବ । ଏନେଇ ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ।

 

Show More

Related Articles

Back to top button