ମନୋରଞ୍ଜନ

ମେହେନ୍ଦୀ ସେରିମନିରେ ନଜର ଆସିଲେ ଅଙ୍କିତା ଲୋଖଣ୍ଡେ, ଖୁବ୍ ଶୀଘ୍ର ବୟଫ୍ରେଣ୍ଡ ବିକି ଜୈନଙ୍କୁ କରିବେ ବିବାହ !

ଟେଲିଭିଜନ୍ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି | ନିକଟରେ ତାଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି

ଅଙ୍କିତା ଏବଂ ତାଙ୍କ ଭଉଣୀ ଅସୀତା ନିଜ ନିଜର ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି | ଯେଉଁ କାରଣରୁ ଅଙ୍କିତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି |ଏହି ଫଟୋରେ ଅଙ୍କିତା ତାଙ୍କ ହାତରେ ମେହେନ୍ଦୀ ଲଗାଇଥିବା ନଜରକୁ ଆସିଛନ୍ତି | ଫଟୋରେ ଅଙ୍କିତା ସିମ୍ପଲ ଡ୍ରେସରେ ନଜରକୁ ଆସିଛନ୍ତି ଏବଂ ମୁଣ୍ଡରେ ଟିଆରା ପିନ୍ଧିଛନ୍ତି | ଏହି ଫଟୋକୁ ଦେଖିବା ପରେ କିଛି ୟୁଜର୍ସ ଅନୁମାନ କରୁଛନ୍ତି, ଅଙ୍କିତା ମେହେନ୍ଦୀ ସେରିମନି କରିସାରିଛନ୍ତି । ବୟଫ୍ରେଣ୍ଡ ବିକି ଜୈନଙ୍କ ସହ ବିବାହକୁ ନେଇ ଅନେକ ୟୁଜର୍ସ ତାଙ୍କୁ ପ୍ରଶ୍ନ ମଧ୍ୟ କରୁଛନ୍ତି |

ଅଙ୍କିତାଙ୍କ ଭଉଣୀ ଅସୀତା ନିଜର ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି | ଯେଉଁଥିରେ ଅଙ୍କିତା ମେହେନ୍ଦୀ ଲଗାଇଥିବା ନଜରକୁ ଆସିଛନ୍ତି ଏବଂ ତାଙ୍କ ଭଉଣୀ ଅସୀତା ତାଙ୍କୁ ସ୍ନେହରେ ଆଲିଙ୍ଗନ କରୁଥିବା ଦେଖାଯାଇଛି |ବାସ୍ତବରେ ଅଙ୍କିତା ବିକି ଜୈନଙ୍କୁ ଅନେକ ଦିନ ହେବ ଡେଟ୍ କରୁଛନ୍ତି | ପୂର୍ବରୁ ଦୁଇ ଜଣଙ୍କର ବିବାହ ଖବର ସାମ୍ନାକୁ ଆସିଥିଲା | ଏବେ ଅଙ୍କିତା ହାତରେ ବିକି ଜୈନଙ୍କ ନାଁର ମେହେନ୍ଦୀ ଲଗାଇ ବେଶ୍ ଖୁସିରେ ଅଛନ୍ତି | ନିକଟରେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନରେ ତାଙ୍କୁ ମନେ ପକାଇ ତାଙ୍କର କିଛି ଭିଡିଓ ସେୟାର କରିଥିଲେ ଅଙ୍କିତା ।

Show More

Related Articles

Back to top button