Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ପୁଣି ଥରେ ବଢିବ ଶୀତ

ରାଜ୍ୟରେ ଏବେ ଶୀତ ପ୍ରକୋପ କମିଛି । ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍‌ ଉପରେ ଅଛି । ମାତ୍ର ଧିରେଧିରେ ପାଗ ବଦଳିବ । ଗୁରୁବାର ଓ ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ଅନେକ ଅଞ୍ଚଳରେ ପାରଦ ଖସିବା ସହ ଶୀତର ପ୍ରକୋପ ପୁଣି ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

ସୋଆ ଜଳବାୟୁ ଓ ପରିବେଶ (ସିଇସି) କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ଏକ ଟ୍ରଫଲାଇନ୍‌ ଲମ୍ବିଛି । ଏହାବ୍ୟତୀତ ବଙ୍ଗୋପସାଗର ଉପରେ ଗୁରୁଚାପ ଥିବାରୁ ରାଜ୍ୟକୁ ଜଳୀୟବାଷ୍ପ ଆସୁଛି । ଏହା ପ୍ରଭାବରେ ଗୁରୁବାର ରାତି ଓ ଶୁକ୍ରବାର ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ଛାଡ଼ିବା ପରେ ରାଜ୍ୟରେ ରାତି ତାପମାତ୍ରା ପୁଣି କମିଯିବ । ଏହାପରେ ଶୀତ ପ୍ରକୋପ ବଢ଼ିବ । ଆହୁରି ମଧ୍ୟ ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଟ୍ରଫଲାଇନ ସମ୍ଭାବନା ଅଛି । ଏହା ପ୍ରଭାବରେ ବର୍ଷା ହୋଇପାରେ । ଯଦି ଏମିତି ହେବ, ତେବେ ସମ୍ଭାବ୍ୟ ବର୍ଷା ପରେ ପୁଣି ସାମୟିକ ଭାବେ ଶୀତ ବଢ଼ିବ ବୋଲି ସେ କହିଛନ୍ତି ।

ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ହାଲୁକା ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ଏତତ୍ ବ୍ୟତୀତ ଶୁକ୍ରବାର ରାତି ଓ ଶନିବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳରେ ଘନ କୁହୁଡ଼ି ଆଶଙ୍କା ରହିଛି। ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ରହିବ । ଆସନ୍ତା ୩ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତା’ପରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ୩ରୁ ୪ ଡିଗ୍ରୀ ସେଲସିୟସ୍‌ କମିବ । ବାକି ଅଞ୍ଚଳରେ ୨ରୁ ୩ ଡିଗ୍ରୀ କମିବା ସହ ଶୀତ ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

Show More

Related Articles

Back to top button