ଦେଶ ବିଦେଶବାଣିଜ୍ୟ

ଆଉ ଫେରିବନି ଟିକଟକ୍ ! ୫୯ଟି ଚାଇନିଜ୍ ଆପକୁ ସବୁଦିନ ପାଇଁ ବ୍ୟାନ୍ କଲେ ଭାରତ ସରକାର

ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ଏବେ ଡିଜିଟାଲ୍ କ୍ଷେତ୍ରରେ ପଡ଼ିଛି । ଚୀନର ଆଇନଗତଃ ଚ୍ୟାଲେଞ୍ଜ ଏବଂ କଠୋରତା ନୀତିକୁ ବିଚାର କରି ଭାରତ ସବୁଦିନ ପାଇଁ ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ ଘୋଷଣା କରିଛି

ଏଥି ମଧ୍ୟରେ ଚୀନର ଲୋକପ୍ରିୟ ଭିଡିଓ ଆପ୍ ଟିକ୍ ଟକ୍, ବାଇଡୁ, ୱି ଚ୍ୟାଟ୍, ଆଲିବାବାର ୟୁସି ବ୍ରାଉଜର, ସପିଙ୍ଗ୍ ଆପ୍ କ୍ଲବ୍ ଫ୍ୟାକ୍ଟ୍ରି, ଏମ୍ ଆଇ ଭିଡିଓ କଲ୍ ଏବଂ ବିଗୋ ଲାଇଭ୍ ଭଳି ଆପ୍ ସାମିଲ୍ ଅଛି ।ସବୁଦିନ ପାଇଁ ବ୍ୟାନ୍ ଘୋଷଣା ହୋଇଥିବା ଏହି ଆପ୍ ଗୁଡ଼ିକୁ ପୂର୍ବ ବର୍ଷ ଜୁନ୍ ମାସର ଶେଷ ଆଡ଼କୁ ଭାରତ ନିଷିଦ୍ଧ ଘୋଷଣା କରିଥିଲା । ଏଥି ସହିତ ସମୁଦାୟ ୨୬୭ଟି ଆପ୍ ଉପରେ ତଥ୍ୟ ଚୋରି ଅଭିଯୋଗ ଆଣି ସରକାର ଏପରି ନିଷ୍ପତ୍ତି ନେଇଥିଲେ । ଏହି ଚାଇନିଜ୍ ଆପ୍ ଉପରେ ତଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୯କ ଅଧୀନରେ ଭାରତ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ପ୍ରକାଶ କରିଥିଲେ।

ଭାରତର ସାର୍ବଭୌମତ୍ୱ, ଏକତା, ସୁରକ୍ଷା ଏବଂ ପ୍ରତିରକ୍ଷା ବିରୋଧରେ କାର୍ଯ୍ୟ କରୁଥିବାରୁ ଏହି ଆପ୍ ଗୁଡ଼ିକୁ ଭାରତୀୟ ଇଣ୍ଟରନେଟ୍ କ୍ଷେତ୍ରରେ ନିଷିଦ୍ଧ କରାଯାଇଛି ।ତେବେ ଏନେଇ ଭାରତୀୟ ଆଇଟି ମନ୍ତ୍ରଣାଳୟ ସରକାରଙ୍କ ପକ୍ଷରୁ ଏହି କମ୍ପାନୀମାନଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଏକ ନୋଟିସ୍ ଜାରି କରିଛନ୍ତି । ଏହି କମ୍ପାନୀଗୁଡ଼ିକ ବବ୍ୟବହାରକରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ସଂଗ୍ରହ କରୁଛନ୍ତି । ସେମାନଙ୍କ ତଥ୍ୟ ସଂଗ୍ରହ ଏବଂ ତଥ୍ୟ ପ୍ରକ୍ରିୟାକରଣର ପ୍ରଣାଳୀ ସଠିକ୍ ନଥିବା ଏହି ନୋଟରେ ଉଲ୍ଲେଖ ରହିଛି ।

Show More

Related Articles

Back to top button