ମନୋରଞ୍ଜନସେଲିବ୍ରିଟି

ଆସନ୍ତା ମାସରେ ବିବାହ କରିବେ ଅଙ୍କିତା

ଏବେ ବଲିଉଡ ଦୁନିଆରେ ଚାଲିଛି ବିବାହ ଋତୁ । ସବୁଠି ଏବେ ବିବାହର ମାହୋଲ ଦେଖିବାକୁ ମିଳୁଛି । ଏହାରି ମଧ୍ୟ କିଛି ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଆଉ କିଛି ନିକଟରେ ବିବାହ କରିବେ ବୋଲି କୁହାଯାଉଛି । ସେହିପରି ନିକଟରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ତାଙ୍କ ବୟଫ୍ରେଣ୍ଡ ବିକ୍କି ଜୈନ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିବା ସୂଚନା ରହିଛି ।

ତେବେ ଅଙ୍କିତା ଏକ ସାକ୍ଷାତକାରରେ ସେ ତାଙ୍କ ବିବାହ ଏବଂ ପରିବାର କଥା କହିଛନ୍ତି । ବିବାହ ଏବଂ ପ୍ରେମରେ ବେଶ ବିଶ୍ୱାସ ରଖନ୍ତି ଏବଂ ସେ ତାଙ୍କ ବିବାହକୁ ନେଇ ବେଶ୍‌ ଉତ୍ସାହିତ ମଧ୍ୟ ଅଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜେ ମଧ୍ୟ ବିବାହ କରିବାକୁ ଚାହୁଁଛନ୍ତି ଏବଂ ଦିନେ ନା ଦିନେ ତାଙ୍କର ଏହି ସ୍ୱପ୍ନ ନିଶ୍ଚୟ ପୂରଣ ହେବ । ଏବେ ସେ ଏକ ସ୍ତ୍ରୀ ହେବାକୁ ଚାହୁଁଛନ୍ତି ।

Show More

Related Articles

Back to top button