ଦେଶ ବିଦେଶପାଣିପାଗ

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ,ତୀବ୍ରତା 4.3 ରେକର୍ଡ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.3 ରେକର୍ଡ କରାଯାଇଛି । ଗୁରୁବାର ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ପୋର୍ଟବ୍ଲେୟାରର ଦକ୍ଷିଣ ଦକ୍ଷିଣପୂର୍ବରୁ ୨୫୩ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୧୦ କିଲୋମିଟର ଆକଳନ କରାଯାଇଥିବାବେଳେ ଏହାର ଅକ୍ଷାଂଶ 9.45 ରହିଛି ଏବଂ ଦ୍ରାଘିମା 93.44ର ରହିଥିଲା । ଭୂକମ୍ପ ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ପଦାକୁ ଚାଲିଯାଇଥଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳିନାହିଁ ।

 

Show More

Related Articles

Back to top button