ଓଡ଼ିଶାପାଣିପାଗ

ପୁଣି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା,୭ସୁଦ୍ଧା ନେବ ଲଘୁଚାପର ରୂପ

ପୁଣି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା ।  ୭ ସୁଦ୍ଧା ଏହା ଲଘୁଚାପ ରୂପ ନେଇପାରେ ।ଏନେଇସୂଚନା ଦେଇଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ  ।

୪ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଉତ୍ତର ସୁମାତ୍ରା ପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରାଯାଉଛି । ଏହା ସେହି ସ୍ଥାନରେ ୨ରୁ ୩ ଦିନ ଯାଏ ରହିପାରେ । ବିଷୁବ ରେଖାର ପାଖରେ ଥିବା ଯୋଗୁ ଏହା ଘନୀଭୂତ ହେବାରେ ବିଳମ୍ବ ହେବ । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୭ତାରିଖ ସୁଦ୍ଧା ଲଘୁଚାପ ରୂପ ନେଇପାରେ ।

ଏହା ପୁଣି ଘନୀଭୂତ ହୋଇ ଦେଶର ପୂର୍ବ ଉପକୂଳକୁ ପ୍ରଭାବିତ କରିପାରେ ବୋଲି କେତେକ ମଡେଲ ଆକଳନ କରୁଛନ୍ତି । କିନ୍ତୁ ଏହା କେତେ ଘନୀଭୂତ ହେବ ଓ ଏହାର ଗତି କୁଆଡେ ତାହା ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

 

Show More

Related Articles

Back to top button